ଆସାମୀ ଭଉଣୀଙ୍କ କଣ୍ଠରେ ସମ୍ବଲପୁରୀ ଗୀତ

ଭୁବନେଶ୍ୱର(୦୮ /୦୨,ପିପିଏଲ୍ ନ୍ୟୁଜ୍ ) :ଆସାମ ଝିଅ ଗାଉଛନ୍ତି ସମ୍ବଲପୁରୀ ଗୀତ । ଆଉ ଯାହାର ତାଲେ ତାଲେ ଝୁମୁଛନ୍ତି ଦର୍ଶକ । ସମ୍ବଲପୁରୀ ଶାଢୀ ସାଙ୍ଗକୁ ଡାଲଖାଇ ଓ ରଙ୍ଗବତୀ ଗୀତ ଗାଇ ଏବେ ଚର୍ଚ୍ଚାରେ ଦୁଇ ଭଉଣୀ ଅନ୍ତରା ଏବଂ ଅଙ୍କିତା ।ଅନ୍ତରା ନନ୍ଦି ଓ ଅଙ୍କିତା ନନ୍ଦି । ଓଡିଆ ଲୋକଙ୍କ ପାଇଁ ଏ ନାଁ ବୋଧ ହୁଏ ଅଜଣା । ହେଲେ ଏହି ଦୁଇ ଭଉଣୀଙ୍କ ସମ୍ବଲପୁରୀ ଗୀତ ଏବେ ଚାରିଆଡେ ଚର୍ଚ୍ଚାରେ । ସୋସିଆଲ୍ ମିଡିଆଠୁ ଆରମ୍ଭ କରି ୟ୍ୟୁଟୁବ୍, ଇନଷ୍ଟାଗ୍ରାମ ସବୁଠି ଏବେ ଏହି ଦୁଇ ଭଉଣୀଙ୍କ ଗୀତ ଦେଖିବାକୁ ମିଳୁଛି । ଅନେକ ଲୋକ ଏହାକୁ ସେଆର୍ କରି ପ୍ରଂଶସା ମଧ୍ୟ କରିଛନ୍ତି । ଓଡିଆ ଠିକ୍ ଭାବେ ଜାଣିନଥିଲେ ବି ଅଙ୍କିତା ଓ ଅନ୍ତରାଙ୍କ ଏହି ଗୀତ ଏବେ ଶ୍ରୋତାମାନଙ୍କ ମନ ଜିଣିବାରେ ଲାଗିଛି ।

ରିପୋର୍ଟ -ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *