ଆସିଲା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ କରୋନା ଟେଷ୍ଟ ରିପୋର୍ଟ !

ଭୁବନେଶ୍ୱର ( ୦୯/ ୦୭ , ପିପିଏଲ ନ୍ୟୁଜ ) : ବାଲେଶ୍ଵର ଜିଲ୍ଲା ନୀଳଗିରି ବିଧାୟକ କରୋନା ପଜିଟିଭ ଚିନ୍ହଟ ହେବାପରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ ଆଡୁ ସଙ୍ଗରୋଧ ରେ ରହୁଥିଲେ । ଗତ ୨ ଓ ୩ ତାରିଖ ଦିନ ସାଂସଦ, ବିଧାୟକ ଙ୍କ ସହ ସରକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ତା ଛଡା ଦିବଂଗତ ବାଲେଶ୍ୱର ବିଧାୟକ ଙ୍କ ଶେଷଯାତ୍ରା ସମୟ ରେ ବି ଏକାଠି ହୋଇଥିଲେ । ବିଧାୟକ ଙ୍କ ସଂସ୍ପର୍ଶ ରେ ଆସିଥିବା ରୁ କେନ୍ଦ୍ରମନ୍ତ୍ରୀ ନିଜ ଆଡୁ ଦିଲ୍ଲୀସ୍ଥିତ ବାସଭବନ ରେ ସଙ୍ଗରୋଧ ରେ ରହିଥିବା କଥା ସେୟାର କରିଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଙ୍କର ନମୁନା ପରୀକ୍ଷଣ ପାଇଁ ଯାଇଥିଲା ଓ ତାହା ନେଗେଟିଭ ଆସିଛି ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *