ଆସିଲା ଫୁଣି ଦୁଃଖଦ ଖବର ୨୨ ଯବାନ ସହିଦ !


ଛତିଶଗଡ଼ (୦୪ /୦୪, ପିପିଏଲ ନ୍ୟୁଜ) : ଛତିଶଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟଣା ।୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ଦେଲେ ଛତିଶଗଡ଼ର ବିଜାପୁର ଏସପି । ଗତକାଲି ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟପକ୍ଷ ମଧ୍ୟରେ ୩ ଘଣ୍ଟା ଧରି ଚାଲିଥିଲା ଗୁଳି ବିନିମୟ । ସେପଟେ, ପୋଲିସ ଗୁଳିରେ ୧୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ସ୍ଥଳରୁ ଉଦ୍ଧାର ହୋଇଛି ମୃତଦେହ । ଅଧିକ ମାଓବାଦୀ ମୃତାହତ ହୋଇଥିବା ସନ୍ଦେହ ପ୍ରକାଶ କରାଯାଉଛି । ବିଜାପୁର-ସୁକମା ଜିଲ୍ଲାର ସୀମାବର୍ତ୍ତା ଅଞ୍ଚଳରେ ସୁରକ୍ଷାକର୍ମୀ ଗତକାଲି ଆରମ୍ଭ କରିଥିଲେ ନକ୍ସଲ ବିରୋଧୀ ଅଭିଯାନ । ସିଆରପିଏଫ୍, କୋବ୍ରା ବାଟାଲିଅନ୍, ଡିଆରଜି ଓ ଏସଟିଏଫ ମିଳିତ ଅପରେସନ୍ ଚଳାଇଥିଲେ, ଏତିକିବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଦୀର୍ଘ ୩ ଗଣ୍ଟା ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ,ଗୁଳିବିନିମୟରେ ଯବାନ ମୃତାହତ ହେବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଟ୍ୱିଟ୍ କରି ସହିଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ସହିଦଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଆହତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।


ରିପୋର୍ଟ -ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *