ଆସୁଛି ପୁଣି ଏକ ବର୍ଷା

ଭୁବନେଶ୍ୱର(୨୧/୧୦/୨୦୨୦ ପିପିଏଲ ନ୍ୟୁଜ): ଆଜି କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇଛି। ଯାହା ଫଳରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହେବାର ସମ୍ଭାବନା ରହିଛି। ଆନ୍ଧ୍ର ଉପକୂଳରେ ଘନୀଭୂତ ହୋଇ ଏହା ୱାଲ ମାର୍କଡରେ ପରିଣତ ହେବ। ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଏହା ଉତ୍ତର ଓ ଉତ୍ତର -ପୂର୍ବ ଦିଗରେ ଗତି କରିବ। ତେବେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘନୀଭୂତ ହୋଇ ଏହା ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରିପୋର୍ଟ: ସୌମ୍ୟା

Leave a Reply

Your email address will not be published. Required fields are marked *