ଆସୁଛି ପୁଣି ଏକ ଲଘୁଚାପ :୫ଦିନ ପାଇଁ ସତର୍କ ଜାରି

ଭୁବନେଶ୍ୱର(୧୯/୧୦/୨୦୨୦ ପିପିଏଲ ନ୍ୟୁଜ) : ସୋମବାର ଠାରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆସନ୍ତା ୪ରୁ ୫ଦିନ ଧରି ବର୍ଷା ଲାଗିରହିବ। ତେଣୁ ଉପକୂଳବର୍ତ୍ତୀ ପ୍ରାୟ ୧୧ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପରୋକ୍ତ ଅଞ୍ଚଳରେ ଆସନ୍ତା ୨୪ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଲଘୁଚାପ ସୃଷ୍ଟି ହେବାର ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୪ରୁ ୫ଦିନ ଦିନ ବର୍ଷା ଲାଗିରହିବ।ଏହାର ପ୍ରଭାବରେ ସୋମବାର ସକାଳ ସୁଦ୍ଧା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି।

ରିପୋର୍ଟ: ସୌମ୍ୟା

Leave a Reply

Your email address will not be published. Required fields are marked *