ଉପନିର୍ବାଚନ ରେ ପ୍ରାର୍ଥୀ ହେବେ ଅରିନ୍ଦମ୍?

ବାଲେଶ୍ବର ( ୧୯/୯, ପିପିଏଲ୍ ନ୍ୟୁଜ୍) : ବାଲେଶ୍ବର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଓଡିଆ ସିନେଷ୍ଟାର ଅରିନ୍ଦମ୍ ରାୟ । ଏନେଇ  ଚର୍ଚ୍ଚା ଜୋର ଧରିଛି । ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ସମ୍ପର୍କୀୟ ହେଉଛନ୍ତି ଅରିନ୍ଦମ୍ । ଆଉ କୁହାଯାଉଛି ବିଜେପି କୁ ନିଜ ଗଡ଼ ର ଚେକ୍ ଦେବାପାଇଁ ଅରିନ୍ଦମ କୁ ହିଁ ଭରସା କରିପାରେ ଦଳ । ସେଥିପାଇଁ ଦଳୀୟ କର୍ମୀ ଅରିନ୍ଦମଙ୍କ ନାଁ ନେଇ ଚର୍ଚ୍ଚା କରୁଛନ୍ତି । ତେବେ ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଏନେଇ ଦଳ ତରଫରୁ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ ।

ରିପୋର୍ଟ୍ – ସୁଶ୍ରୀ ବିଶ୍ଵଜିତା

Leave a Reply

Your email address will not be published. Required fields are marked *