ଏପ୍ରିଲ୧୫ କୁ ଥାର୍ଡଜେଣ୍ଡର ଡେ ପାଳନ ପାଇଁ ଅନୁରୋଧ

ଭୁବନେଶ୍ୱର (୧୮/୦୩, ପିପିଏଲ୍ ନ୍ୟୁଜ୍):2014 ଏପ୍ରିଲ 15 ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଶରେ ଥିବା ସମସ୍ତ କିନ୍ନର ମାନଙ୍କୁ ତୃତୀୟ ଲିଙ୍ଗ ଭାବେ ପରିଚୟ ଦେଇଥିଲେ ।ସେହି ପରିପ୍ରେକ୍ଷୀରେ ଆଜି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଓ ଓଡ଼ିଶାର କିନ୍ନର ସଙ୍ଗଠନ ର ସଭାପତି ମୀରା ପରିଡା ,ପରିଚୟ କିନ୍ନର ଏସ.ଏଚ.ଜି ନିଲମ କୀନର, ଏଵଂ ସଖାର ପରିଚାଳକ ଶୁଭପ୍ରସାଦ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇ ଥିବା ବେଳେ ରାଜ୍ୟପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ସେଥିରେ ଅନୁରୋଧ କରିଛନ୍ତି ଯେ ଆଗାମୀ ଏପ୍ରିଲ 15 ତାରିଖରେ ସାରା ଦେଶରେ ଏପ୍ରିଲ୧୫ କୁ ଥାର୍ଡଜେଣ୍ଡର ଡେ ପାଳନ ପାଇଁ ଅନୁମତି ପ୍ରଦାନ କରାଗଲେ ଦେଶରେ ଥିବା ସମସ୍ତ କିନ୍ନର ମାନଂକ ମନରେ ଏକ ନୂତନ ଆଶା ସଞ୍ଚାର ହୋଇପାରିବ ।

ରିପୋର୍ଟ- ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *