ଏରସମା : ଜନ୍ମମୃତ୍ୟୁ ପଞ୍ଜିକରଣ ପାଇଁ ଅଧିକାରୀ ମାଗିଲେ ଟଙ୍କା

ଏରସମା (୧୩ /୦୧,ପିପିଏଲ୍ ନ୍ୟୁଜ୍ ): ରାଜ୍ୟ ସରକାର ପ୍ରଶାସନକୁ ଦୁର୍ନୀତି ମୁକ୍ତ କରିବା ପାଇଁ 5T ପ୍ରଚଳନ କରିଥିଲେ ହେଁ ଏରସମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଏହାର ପ୍ରଭାଵ ପରିଲକ୍ଷିତ ହେଉନାହିଁ। ଜନ୍ମ,ମୃତ୍ୟୁ ପ୍ରମାଣପତ୍ର ଯୋଗାଇଦେଵା ପାଇଁ ଏରସମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଅଵସ୍ଥାପିତ ସୈମେନ୍ଦ୍ର ମଲ୍ଲିକ ନାମକ ଜନୈକ ଅଧିକାରୀ ଖୋଲାଖୋଲି ଭାବେ ଲାଞ୍ଚ ନେଉଥିଵା ଆଜି କ୍ୟାମେରା ରେ କଏଦ ହୋଇଛି।ଏରସମା ବ୍ଲକ ଅର୍ନ୍ତଗତ ପୋଖରିଆପଡା ଗାଁର ଦେଵେନ୍ଦ୍ର ପାତ୍ର ମଙ୍ଗଳବାର ଦିନ ନିଜର ଦୁଇ ସନ୍ତାନଙ୍କ ଜନ୍ମ ପ୍ରମାଣପତ୍ର ଆଵେଦନ ପାଇଁ ଏରସମା ମେଡିକାଲ ଆସିଥିଲେ। ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଦାୟିତ୍ଵରେ ଥିବା ଅଧିକାରୀ ସୈମେନ୍ଦ୍ର ମଲ୍ଲିକ ପ୍ରମାଣପତ୍ର ଦେଵା ପାଇଁ ଅନଲାଇନ ଖର୍ଚ୍ଚ ବାଵଦ ଦୁଇ ଶହ ଟଙ୍କା ଲାଞ୍ଚ ନେଇଥିଲେ। ଏ ସଂପର୍କରେ ହିତାଧିକାରୀ ଦେଵେନ୍ଦ୍ର ପାତ୍ର ଏଵଂ ଲାଞ୍ଚ ଗ୍ରହିତା ସୈମେନ୍ଦ୍ର ମଲ୍ଲିକ ଉଭୟେ କ୍ୟାମେରା ସାମ୍ନାରେ ମାନିଯାଇଥିବା ଦେଖାଯାଇଛି। ଲାଞ୍ଚ ନେଇ ଥିବା ଅଧିକାରୀ ଙ୍କୁ ଏରସମା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଘଣ୍ଟ ଘୋଡ଼ାଉ ଥିବାରୁ ସଚେତନ ନାଗରିକ ସଂଘ ପକ୍ଷରୁ ଜଗତସିଂହପୁର ସିଡ଼ିଏମଓଙ୍କୁ ଅଵଗତ କରାଯାଇଥିବା ଜଣାପଡିଛି।

ରିପୋର୍ଟ – ଚନ୍ଦ୍ରଜିତ ଦାସ

Leave a Reply

Your email address will not be published. Required fields are marked *