ଓଡ଼ିଆ ପୁଅଙ୍କ କମାଲ୍ : ପ୍ଲେ ଷ୍ଟୋର୍ ରେ ଧୁମ୍ ମଚାଉଛି ‘ଆଲାପ୍’

ଭୁବନେଶ୍ୱର (୨୮/୦୧/୨୦୨୧) : ଟିକଟକ୍ ସମେତ ବିଭିନ୍ନ ବିଦେଶୀ ବା ଖାସ୍ କରି ଚାଇନିଜ୍ ଆପ୍ କୁ ଭାରତ ସରକାର ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟି କୋଣରୁ ବ୍ୟାନ୍ କରିଥିଲେ । କେନ୍ଦ୍ର ସରକାର ଙ୍କ ଏହି ଡିଜିଟାଲ ଷ୍ଟ୍ରାଇକ୍ କୁ ପ୍ରାୟ ସବୁ ମହଲରୁ ବେଶ୍ ପ୍ରସଂଶା କରାଯାଇଥିଲା । ଆଉ ତା’ ପରେ ସାରା ଦେଶରେ ‘ ଭୋକାଲ୍ ଫର ଲୋକାଲ୍ ‘ ର ନାରା ଲାଗିଥିଲା । ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀ ଙ୍କୁ ଆମର ସ୍ବଦେଶୀ ସାମଗ୍ରୀ ଓ ଜ୍ଞାନକୌଶଳ ର ବହୁଳ ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ଜି ଙ୍କ ଆହ୍ୱାନ ରେ ଅନୁପ୍ରାଣିତ ହୋଇ ଆମ ଓଡିଶା ମାଟିର ପୁଅ ଅମିତ୍ କୁମାର ମିଶ୍ର ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳ ଓ ଭାରତୀୟ ପ୍ରଯୁକ୍ତି ବିଦ୍ୟା ରେ ଏକ ସର୍ଟ ଭିଡିଓ ସେୟାରିଂ ଆପ ‘ଆଲାପ୍’ ର ପରିକଳ୍ପନା କରିଛନ୍ତି । ଯାହାର ‘ବିଟା’ ଭର୍ସନ ଏବେ ଗୁଗୁଲ ପ୍ଲେ ଷ୍ଟୋର୍ ରେ ଉପଲବ୍ଧ ହେଉଛି । ସବୁଠୁ ବଡ କଥା ହେଲା, ଏହି ମୋବାଇଲ ଆପ ରେ ହାଇ ସିକ୍ୟୁରିଟି ପଲିସି , ଅନ୍ୟ ଆପ ତୁଳନା ରେ ଜବରଦସ୍ତ ଫିଚର୍ , ଚାଟିଙ୍ଗ ଅପସନ୍ ଓ ଆକର୍ଷଣୀୟ ଇଣ୍ଟରଫେସ ୟୁଜର୍ସ ଙ୍କୁ ପସନ୍ଦ ଆସିବ ବୋଲି କହିଛନ୍ତି ‘ଆଲାପ୍’ ର ସି.ଇ.ଓ ଲୋକନାଥ ରେଡ୍ଡୀ । ‘ଆଲାପ୍’ ର ଟେକ୍ନିକାଲ୍ ଟିମ୍ ରେ ଅଧିକାଂଶ ଓଡ଼ିଆ ପିଲା ଅଛନ୍ତି ଯାହା ଆଉ ଏକ ଗୌରବ ର କଥା । ତେବେ ଦେଖିବା ବାକି ରହିଲା ‘ଆଲାପ୍’ ଆଗାମୀ ଦିନରେ ଉଭୟ କ୍ରିଏଟର ଓ ୟୁଜର୍ସ ଙ୍କୁ କେତେ ଆକର୍ଷିତ କରିପାରୁଛି ।

ରିପୋର୍ଟ – ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *