ଓଡ଼ିଶାରେ ପହଁଚିଲେ ମହାମହୀମ ରାଷ୍ଟ୍ରପତି

ଭୁବନେଶ୍ୱର (୧୮/୦୩, ପିପିଏଲ୍ ନ୍ୟୁଜ୍): ଆଜି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ସନ୍ଧ୍ୟା ସମୟ ରେ ମହାମହିମ ରାଷ୍ଟ୍ରପତି ଶ୍ରୀ “ରାମନାଥ କୋବିନ୍ଦ” ପହଂଚିଛନ୍ତି | ତାଙ୍କୁ ସ୍ୱଗ କରିବା ପାଁଇ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଷୀ ଲାଲ ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀ ମଧ୍ଯ ଉପସ୍ଥିତ ଥିଲେ | ଆଜି ରାଜଭବନରେ ରାତ୍ରଜାପାନ କରିବେ ଓ ରବିବାର ଦିନ ୯ ଟା ୪୫ ମିନିଟ ସମୟ ରେ ଝାରସୁଗୁଡା ବିମାନ ବନ୍ଦର ରେ ପହଂଚିବାର କାର୍ଯ୍ୟକ୍ରମ ରହିଛି | ତା’ ପରେ ସେ ରାଉଲକେଲା ସ୍ଥିତ ଏନଆଇଟି ରେ ପହଂଚି ସମାବର୍ତ୍ତନ ଉସ୍ଵବରେ ଯୋଗ ଦେବେ | ପୁଣି ଭୁବନେଶ୍ୱର ସ୍ଥିତ ରାଜଭବନରେ ରାତ୍ରଜାପାନର ବେଵସ୍ତା ରହିଛି | ୨୨ ତାରିଖ ସକାଳ ୯ ଟା ୫ ମିନିଟ ରେ ଶ୍ରୀ ମନ୍ଦିର ରେ ଶ୍ରୀଜୀଓଙ୍କ ଦର୍ଶନ ଓ ଦିନ ୧୦ ଟା ୪୫ ମିନିଟରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ଯ୍ୟକ୍ରମ ରହିଛି | ସେହି ଦିନ ଅପହରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତନର କାର୍ଯ୍ୟଶୁଚି ରହିଛି |

ରିପୋର୍ଟ – ଅଭିଜିତ ଦେବତା

Leave a Reply

Your email address will not be published. Required fields are marked *