ଓଡିଶାକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ

ମାଲକାନଗିରି (୨୧ /୦୩, ପିପିଏଲ୍ ନ୍ୟୁଜ୍): ଆସନ୍ତାକାଲିଠୁ ମାଲକାନଗିରିରେ ଲାଗୁ ହେବ ନାଇଟ କର୍ଫ୍ୟୁ । ମାର୍ଚ୍ଚ ୨୩ରୁ ୩୧ ଯାଏଁ ମାଲକାନଗିରିରେ ନାଇଟ କର୍ଫ୍ୟୁ ଲାଗୁ ପାଇଁ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରାତି ୯ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ସେଠାକାର ଲୋକପ୍ରିୟ ପର୍ବ ବଡ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନର ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି ।ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ ରହିଛି । ଯାତ୍ରା, ରାମଲୀଳା,, ମୀନାବଜାର, ଫୁଡ ଷ୍ଟଲ, ପୋଷାକ ଆଦି ବିକ୍ରି ପାଇଁ ଅସ୍ଥାୟୀ ଷ୍ଟଲକୁ ମନା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ମାଲକାନଗିରିରେ ଆଗୁଆ ପଦକ୍ଷେପ ନିଆଯାଇଛି|

ରିପୋର୍ଟ – ଅଭିଜିତ ଦେବତା

Leave a Reply

Your email address will not be published. Required fields are marked *