ଓଡିଶା ଦେଖିଲା ଏକ ବିରଳ ଚିତ୍ର

ଭୁବନେଶ୍ୱର (୧୮/୦୩, ପିପିଏଲ୍ ନ୍ୟୁଜ୍): ଆଜି ନବୀନ ନିବାସ ସମୁଖରେ ବିରୋଧୀ ବିଜେପି ର ଏକ ଅଲଗା ପ୍ରକାର ର ଅଭିମୁଖ୍ୟ ଦେଖିବାକୁ ମିଳିଥିଲା | ଦ୍ୱିତୀୟ ବଜେଟ ଅଧିବେଶନ ର ଷଷ୍ଠ ଦିନ ରେ ଗୃହ କୁ ଅଚଳ ରଖି ବିରୋଧୀ ଦଳ ର ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱ ରେ ବଜେପି ନେତା ଓ କର୍ମୀ ମାନେ ଚାଷୀ ପ୍ରସଙ୍ଗ କୁ ନେଇ ନବୀନ ନିବାସ ଅଭିମୁଖେ ପଦ ଯାତ୍ରା ଆରମ୍ଭ କରିଥିଲେ | ବିରୋଧୀ ଙ୍କ ମୁଖ୍ୟ ମୁଦା ଥିଲା “ଚାଷୀର ଧାନ କେବେ ଉଠିବ ନବୀନ ବାବୁ “ଓ ଗୃହକୁ ମୁଖ୍ୟମନ୍ତ୍ରୀ ନିଜେ ଆସନ୍ତୁ ଓ ପରେ ପଦଯାତ୍ରା ସହ ବିରୋଧୀ ନବୀନ ନିବାସ ସମୁଖରେ ପହଞ୍ଚିଥିଲେ ଯେତେବେଳେ ଦଳର ଟାଣୁଆନେତା ବବି ଦାସ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ବିରୋଧୀଙ୍କୁ ନବୀନ ନିବାସକୁ ପାଛୋଟି ନେବାକୁ ଆସିଥିଲେ | ମାତ୍ର ବିରୋଧୀ ତାଙ୍କ ଜିଦିରେ ଅଟଳ ଥିଲେ କହିଥିଲେ ଖୋଦ ନବୀନ ବାବୁ ଏଠାକୁ ଆସନ୍ତୁ ଓ ଏହାର ସମାଧାନ କରନ୍ତୁ ଓ ଏହା ପରେ ଓଡିଶା ଦେଖିଥିଲା , ଏକ ବିରଳ ଚିତ୍ର ଓ ଓଡିଶା ରାଜନୀତି ଇତିହାସ ରେ ମଧ୍ୟ ପ୍ରଥମଏହା ପରେ ଖୋଦ ଦଳ ର ମୁଖିଆ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଭେଟି ନବୀନ ନିବାସ କୁ ପାଛୋଟି ନେଇଥିଲେ ଓ ପରିଶେଷ ରେ ବିରୋଧୀ ଦଳର ବିଧାୟକ, ଶାସକ ଦଳର ବିଧାୟକ ,ବିଭାଗୀୟ ମନ୍ତ୍ରୀଙ୍କ ମିଳିତ ଉପସ୍ଥିତିରେ ଆଲେଚନା ହୋଇଥିଲା |

ରିପୋର୍ଟ – ଅଭିଜିତ କୁମାର ଦେବତା

Leave a Reply

Your email address will not be published. Required fields are marked *