ଭୁବନେଶ୍ୱର ( ୦୪/୦୪,ପିପିଏଲ୍ ନ୍ୟୁଜ୍ ) : ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆଜି ୪ ତାରିଖ ସନ୍ଧ୍ୟାରେ ୩୦ ମିନଟ ବିଦ୍ୟୁତ କାଟ କରି ଦର ବୃଦ୍ଧି ର ପ୍ରତିବାଦ କରିବା ଡାକରା ପୂର୍ଣ୍ଣ ମାତ୍ରାରେ ସଫଳ ହୋଇଛି।ସାରା ରାଜ୍ୟର ବିଦ୍ୟୁତ ଉପଭୋକ୍ତା ମାନେ ୩୦ ମିନିଟ ବିଦ୍ୟୁତ ବନ୍ଦ କରି ସେମାନଙ୍କ ନିରବ ପ୍ରତିବାଦ କରି କଂଗ୍ରେସ କୁ ସମର୍ଥନ ଜଣାଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି।ସେହିପରି କଂଗ୍ରେସ ଭବନ ସମେତ ପିସିସି ସଭାପତି ଏବଂ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଙ୍କ ବାସ ଭବନ ରେ ୬.୩୦ ରୁ ୭ ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରଖାଯାଇଥିଲା।ସାଧାରଣ ଜନତା ଓ କଂଗ୍ରେସ କର୍ମୀ ଏହି ବନ୍ଦ ପ୍ରତିବାଦ କୁ ବହୁଳ ମାତ୍ରାରେ ସମର୍ଥନ ଜଣାଇଥିବାରୁ ପିସିସି ସଭାପତି ସେମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏତତବ୍ୟତୀତ ଆସନ୍ତା ୫ ତାରିଖ ସମସ୍ତ ଜିଲ୍ଲା ସଦର ମହକୁମାରେ ଏବଂ ୬ ତାରିଖ ରେ ସମସ୍ତ ଜିଲ୍ଲା କାର୍ୟଳୟ ଓ ଭୁବନେଶ୍ୱର ସ୍ଥିତ ଓ ଇ ଆର ସି ଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ଓ ସମାବେଶ କରି ବିଦୂତ ଦର ବୃଦ୍ଧି ର ପୁନଃ ପ୍ରତିବାଦ କରିବା ପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତା ଏବଂ କଂଗ୍ରେସ କର୍ମୀଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି।
ରିପୋର୍ଟ – ରାଜେଶ୍ୱରୀ