କଙ୍ଗନା ରଣାୱତଙ୍କ ମହାରାଷ୍ଟ୍ର ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ!!

ମୁମ୍ବାଇ(୯/୯, ପିପିଏଲ ନ୍ୟୁଜ) : ମହାରାଷ୍ଟ୍ର ପୁଲିସକୁ ମଙ୍ଗଳବାର ଖୋଲା ଆହ୍ବାନ ଦେଇଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ। ବୁଧବାର ସେ ମୁମ୍ବାଇ ଆସିବାକୁ ଥିବାବେଳେ ମୁମ୍ବlଇ ପୁଲିସର ସହାସ ଥିଲେ ତାଙ୍କ ବିରୋଧରେ ନିଶାସେବନ ଓ ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତିର ପ୍ରମାଣ ଉପସ୍ଥାପନ କରିବାକୁ କଙ୍ଗନା ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆହ୍ବାନ ଦେଇଛନ୍ତି। ଏ ବାବଦରେ ତଦନ୍ତ ହେଲେ ସେ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ସହାଯୋଗ କରିବେ। ପୁଲିସ ଯଦି ଏହାକୁ ପ୍ରମାଣିତ କରେ; ତେବେ ସେ ସବୁଦିନ ପାଇଁ ମୁମ୍ବାଇ ଛାଡ଼ିଦେବେ ଏବଂ ମୁମ୍ବଇ ପୁଲିସ ନିକଟରେ କୃତଜ୍ଞ ରହିବେ ବୋଲି ଘୋଷଣା କରିଛନ୍ତି। ଏମିତିକି ତାଙ୍କର ଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ କରିବାକୁ ମଧ୍ୟ ସେ ଆହ୍ବାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଥମ ବଲିଉଡ୍‌ କଳାକାର ଭାବେ ‘ୱାଇ-ପ୍ଲସ୍‌’ ସୁରକ୍ଷା ପାଇଥିବା କଙ୍ଗନା ଆଜି (୯ତାରିଖ) ହେଲିକପ୍ଟର ଯୋଗେ ମୁମ୍ବାଇରେ ପହଞ୍ଚିବେ ବୋଲି ସୂଚନା ମିଳିଛି।

ରିପୋର୍ଟ : ସୌମ୍ୟା ପ୍ରିୟଦର୍ଶିନୀ ରଥ

Leave a Reply

Your email address will not be published. Required fields are marked *