କଟକ ଡିସିପିଙ୍କ ନୂଆ ପ୍ରୟାସ ; ଏଣିକି WhatsApp ରେ ଅଭିଯୋଗ କରିପାରିବେ ସାଧାରଣଲୋକ

ଭୁବନେଶ୍ୱର (୨୭/୦୭ , ପିପିଏଲ୍ ନ୍ୟୁଜ୍ ) : କରୋନା ମହାମାରୀ ସମୟରେ ସବୁକିଛି ସାମାନ୍ୟ କରିବାକୁ ଚେଷ୍ଟା ଚଲାଇଛନ୍ତି ସରକାର ।ଏଣିକି ଅଭିଯୋଗ କରିବାକୁ ଆଉ ଥାନାକୁ ନଯାଇ ନିଜ ହ୍ଵାଟସଆପ ନମ୍ବରରେ ନିଜର ଅଭିଯୋଗ ଜଣାଇପାରିବେ ସାଧାରଣ ଜନତା । ଲୋକମାନେ ବିଭିନ୍ନ ସମସ୍ୟାକୁ ନେଇ ଅଭିଯୋଗ କରିବା ପାଇଁ ହ୍ଵାଟସଆପ ନମ୍ବର ଜାରି କରିଛନ୍ତି କଟକ ଡିସିପି। ୮୭୬୩୦୬୮୧୬୭ ନମ୍ବର ଜାରି କରାଯାଇଛି। ମହାମାରୀ କରୋନାରେ ହେଉଥିବା ସମସ୍ୟା ସମ୍ପର୍କରେ ଏହି ନମ୍ବରରେ ଅଭିଯୋଗ କରିପାରିବେ ବୋଲି ଟ୍ଵିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି। ତେବେ ଅଭିଯୋଗ କରିବା ପରେ ଏହି ସମସ୍ୟାର ସମାଧାନ କରିବା ଲାଗି ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

ରିପୋର୍ଟ – ଶ୍ଵେତାଲିନ୍

Leave a Reply

Your email address will not be published. Required fields are marked *