କରୋନାକୁ ନେଇ ବିରଜା ପାଞ୍ଜିର ଭବିଷ୍ୟବାଣୀ

ଯାଜପୁର (୨୯/୦୩, ପିପିଏଲ୍ ନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ପାଞ୍ଜି ପାଠ କରାଯାଇଛି। ବର୍ଷ ତମାମ ଯାହା ଘଟିବ ତାହା ପାଞ୍ଜିରେ ଉଲ୍ଲେଖ କରାଯାଇଛି। ଏଥିର ପାଞ୍ଜି ଗଣନାରେ ଆଶ୍ବସ୍ତି କରିଲା ପରି ଭବିଷ୍ୟତବାଣୀ ଆସିଛି। ଏବର୍ଷ ମହାମାରୀ କରୋନା ପ୍ରକୋପ କମିବା ସହ ଦେଶ ଓ ରାଜ୍ୟରେ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇବ, ହେଲେ ବାତ୍ୟା, ବନ୍ୟା ଓ ଅଧିକ ବୃଷ୍ଟିପାତର ସମ୍ଭାବନା ଅଛି ବୋଲି ପାଞ୍ଜିରେ ଗଣନା କରାଯାଇଛି।ପଣା ସଂକ୍ରାନ୍ତି ପରେ ପରେ ଧୀରେ ଧୀରେ ଦେଶ ଓ ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିବ। ଦୋଳ ପୂଣ୍ଣିମାରେ ବିରଜାଙ୍କ ଜ୍ୟୋତିଷ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ବିରଜା ପାଞ୍ଜିରେ ଏପରି ଗଣନା କରାଯାଇଛି। ପଣା ସଂକ୍ରାନ୍ତିରେ ମା ବିରଜାଙ୍କ ଏହି ନୂତନ ପାଞ୍ଜି ପ୍ରଚଳିତ କରାଯିବ। ପାଞ୍ଜି ପଠନ ସମୟରେ ମନ୍ଦିର ସେବାୟତ, ଜ୍ୟୋତିଷ, ଶ୍ରଦ୍ଧାଳୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଯାଜପୁର ଜିଲ୍ଲା ସମେତ କିଛି ପଡ଼ୋଶୀ ଜିଲ୍ଲାରେ ମା ବିରଜାଙ୍କ ପାଞ୍ଜି ପ୍ରଚଳିତ ହୋଇଥାଏ। ପଣା ସଂକ୍ରାନ୍ତିରେ ମା ବିରଜାଙ୍କ ଏହି ନୂତନ ପାଞ୍ଜି ପ୍ରଚଳିତ କରାଯିବ। ପାଞ୍ଜି ପଠନ ସମୟରେ ମନ୍ଦିର ସେବାୟତ, ଜ୍ୟୋତିଷ, ଶ୍ରଦ୍ଧାଳୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଯାଜପୁର ଜିଲ୍ଲା ସମେତ କିଛି ପଡ଼ୋଶୀ ଜିଲ୍ଲାରେ ମା ବିରଜାଙ୍କ ପାଞ୍ଜି ପ୍ରଚଳିତ ହୋଇଥାଏ।

Leave a Reply

Your email address will not be published. Required fields are marked *