ଭୁବନେଶ୍ୱର ( ୧୯ /୦୨,ପିପିଏଲ୍ ନ୍ୟୁଜ୍) :ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ପାଇଁ ଏକ ଔଷଧ ଲଞ୍ଚ କରିଛନ୍ତି । ଏହି ଲଞ୍ଚ ବେଳେ ପତଞ୍ଜଳି ଦାବି କରିଛି କି ଏହି ଔଷଧ ସ୍ୱାସ୍ଥ୍ୟ ଉପରେ ଆଧାରିତ । ଏହି ଔଷଧ ଲଂଚ ବେଳେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ ।ଏହି ଅବସରରେ ବାବା ରାମଦେବ କହିଛନ୍ତି କି ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ଓ ବିଶ୍ୱ ନେତୃତ୍ୱ ହେବାକୁ ଯାଉଛି । ଏହାସହ ଆର୍ୟୁବେଦିକ କୁ ଆମେ ବୈଜ୍ଞାନିକ ପ୍ରାମାଣିକତା ସହି ଯୋଡିବାକୁ ଚେଷ୍ଟା କରୁଛୁ ବୋଲି ବାବା ରାମଦେବ ମତ ଦେଇଛନ୍ତି । ଅନ୍ୟ ପଟେ ଏହି ସମାରୋହରେ ପତଞ୍ଜଳି ପକ୍ଷରୁ କରୋନା ଔଷଧକୁ ନେଇ କରାଯାଇଥିବା ପରୀକ୍ଷା ନିରିକ୍ଷାର ଅନେକ ଦସ୍ତାବିଜ୍ ବାବା ରାମଦେବ ପବ୍ଲିସ୍ କରିଛନ୍ତି ।ବାବା ରାମଦେବ ଆହୁରି କହିଛନ୍ତି କି ଯେତେବେଳେ ପତଞ୍ଜଳି ପକ୍ଷରୁ କରୋନିଲ ମାଧ୍ୟମରେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲୁ ସେତେବେଳେ ଏହାକୁ ନେଇ ଅନେକ ଲୋକ ପ୍ରଶ୍ନ କରିଥିଲେ । କିଛି ଲୋକଙ୍କ ମନରେ ଏବେ ବି ଭ୍ରାନ୍ତ ଧାରଣା ରହିଛି କି ରସର୍ଚ୍ଚ କେବଳ ବିଦେଶରେ ହୋଇପାରିବ । ବିଶେଷ ଭାବେ ଆର୍ୟୁବେଦିକ ଉପରେ ରିସର୍ଚ୍ଚକୁ ନେଇ ଲୋକ ମାନଙ୍କ ଭିତରେ ବହୁତ ଆଶଙ୍କା ରହିଛି । ଏବେ ଆମେ ଲୋକମାନଙ୍କର ଏଭଳି ସନ୍ଦେହ ଦୂର କରିବାକୁ କରୋନିଲ ସହିତ ଆହୁରି ଅନେକ ଆର୍ୟୁବେଦିକ ଔଷଧ ଉପରେ ରିସର୍ଚ୍ଚ ଜାରି ରଖିଛୁ ବୋଲି ବାବା ରାମଦେବ କହିଛନ୍ତି ।
ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ