କରୋନା ଉପରେ ଲାଗୁନି ରୋକ୍, ରାଜଧାନୀ ରେ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର(୧୦/୦୯,ପିପିଏଲ୍ ନ୍ୟୁଜ୍) : ରାଜଧାନୀ ରେ ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି। ତେଣୁ ଭୁବନେଶ୍ୱରରେ ଲାଗୁ ହେବ ଗଂଜାମ ଫର୍ମୁଲା । କରୋନା ନିୟନ୍ତ୍ରଣ ନେଇ ବିଏମସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଏମ ପାରୁଲ ପଟୁୱାରୀ । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ବ୍ୟାପକ ହେଲଥ ସ୍କ୍ରିନିଂ ହେବ । ବସ୍ତି ଏବଂ ଅନ୍ୟ ଅଂଚଳରେ ହେଲଥ ସ୍କ୍ରିନିଂ କରାଯିବ । ଏଥିପାଇଁ ୫୬୫ ରାପିଡି ରେସପନ୍ସ ଟିମ ଗଠନ କରାଯାଇଛି । ଏପରିକି କୌଣସି କରୋନା ନେଇ ସନ୍ଦେହ ଥିଲେ ୧୯୨୯କୁ କଲ କରି ସଂପୂର୍ଣ୍ଣ ତଥ୍ୟ ପାଇପାରିବେ ।ହୋମ ଆଇସୋଲେସନରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମସି । ହୋମ ଆଇସୋଲେସନରେ ଥିବା ଲୋକଙ୍କ ସହ ଭିଡ଼ିଓ ଜରିଆରେ ରୋଗୀଙ୍କୁ ପରାମର୍ଶ ଦିଆଯିବ । କରୋନା ଆକ୍ରାନ୍ତ କୋଭିଡ ନିୟମ ମାନୁଛନ୍ତି କି ନାହିଁ ତାହା ଉପରେ କଡ଼ା ନଜର ରଖାଯିବ । ହସ୍ପିଟାଲରେ ବେଡ ସଂଖ୍ୟା ବଢାଯିବ ବୋଲି ପାରୁଲ ପଟୁୱାରୀ କହିଛନ୍ତି ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *