କରୋନା କବଳ ରେ ୧୨ ସେବାୟତ ।

ଭୁବନେଶ୍ୱର (୦୧/୦୭ , ପିପିଏଲ୍ ନ୍ୟୁଜ୍) : ଶ୍ରୀକ୍ଷେତ୍ର ପୁରୀ ରେ ପହଞ୍ଚିଲା ସେବାୟତଙ୍କ କରୋନା ଟେଷ୍ଟ ରିପୋର୍ଟ । ବାହାଡୁ ଯାତ୍ରା ପାଇଁ ଗତ ସପ୍ତାହରେ ୫ ହଜାର ୫ ଶହ ୬୯ ଜଣ ସେବାୟତଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୨ ଜଣ ଆକ୍ରାନ୍ତ ଅଛନ୍ତି । ଆକ୍ରାନ୍ତ ସେବାୟକଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ଆକ୍ରାନ୍ତ ସେବାୟତଙ୍କୁ ବାଦ ନେଇ ବାହୁଡା ଯାତ୍ରା କରାଯାଇଛି ।ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ଏନେଇ ଟୁଇଟ କରି ଦିଆଯାଇଛି ସୂଚନା।। ବର୍ତ୍ତମାନ ପଜିଟିଭ ଚିହ୍ନଟ ହୋଇଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକଟ ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଆଜି ଚାଲିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଯେଉଁମାନେ ସାମିଲ ହୋଇଛନ୍ତି ସମସ୍ତଙ୍କର କରୋନା ଟେଷ୍ଟରେ ନେଗେଟିଭ ଥିବାର ଜିଲ୍ଲା ପ୍ରଶାସନ ଜଣାଇଛି ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *