କରୋନା ଜନିତ ମୃତ ୧୩ ଶିକ୍ଷକଙ୍କ ପରିବାରକୁ ମିଳିବ ସହାୟତା

ଭୁବନେଶ୍ୱର (୧୯/୦୮, ପିପିଏଲ ନ୍ୟୁଜ): ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି। ଏହି କରୋନା ସହିତ ସଫଳ ଭାବରେ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ଏଯାବତ୍ ରାଜ୍ୟରେ ୬୭ ହଜାର ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୭୨ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ରାଜ୍ୟରେ ବିଭିନ୍ନ ପ୍ରକାର ଲୋକ ଯଥା ଡାକ୍ତର, ଆଶା କର୍ମୀ, ପୋଲିସ କର୍ମଚାରୀ, ସଫେଇ କର୍ମଚାରୀ ମାନଙ୍କ ସହିତ ଶିକ୍ଷକ ମାନେ ମଧ୍ୟ କରୋନା କୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ସହଯୋଗ କରୁଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨ ହଜାର ଶିକ୍ଷକ କରୋନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି କରୋନା କାର୍ଯ୍ୟରେ ନିୟୋଜିତ ଥିବା ୧୪ ଜଣ ଶିକ୍ଷକଙ୍କ କରୋନା ରେ ମୃତ୍ୟୁ ହୋଇ ଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତେବେ ଏହି ୧୩ ଜଣ ଶିକ୍ଷକଙ୍କ ପରିବାରକୁ ସରକାରୀ ସହାୟତା ସହ ସମସ୍ତଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବ।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *