କରୋନା ପାଇଁ ୩୦ପ୍ରତିଶତ କମିଲା ଏହି ଶ୍ରେଣୀ ଗୁଡ଼ିକ ର ସିଲାବସ ….

ଭୁବନେଶ୍ୱର(୨୬/୦୮,ପିପିଏଲ୍ ନ୍ୟୁଜ୍) : ଛାତ୍ର ଛାତ୍ରୀ ଙ୍କ ପାଇଁ ଖୁସି ଖବର କମିଲା ଚଳିତ ଶିକ୍ଷାବର୍ଷର ସିଲାବସ୍ । ୩୦ ପ୍ରତିଶତ ସିଲାବସ କମାଇଲା ଗଣଶିକ୍ଷା ବିଭାଗ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୩୦ ପ୍ରତିଶତ ସିଲାବସ୍ କମାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ମହାମାରୀ କରୋନା ଯୋଗୁଁ ଓଡିଶା ରେ ସମସ୍ତ ସ୍କୁଲ-କଲେଜ ବନ୍ଦ ରହିଛି । ତେଣୁ ପାଠପଢାରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀମାନେ । ଅନଲାଇନ୍ ରେ ପାଠପଢା ହେଉଥିଲେ ବି ସବୁ ସ୍ଥାନରେ ସବୁ ପିଲା ଏହାରୁ ସୁଫଳ ପାଇ ପାରୁନାହାନ୍ତି । ତେଣୁ ଏ ସବୁ କୁ ଦୃଷ୍ଟି ରେ ରଖି ସିଲାବସ୍ କମାଇବା ପାଇଁ ନିଷ୍ପତି ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏକ ସିଲାବସ୍ କମିଟି ନୂଆ ସିଲାବସ୍ ପ୍ରସ୍ତୁତ କରିଛନ୍ତି । ଗଣଶିକ୍ଷା ବିଭାଗର ୱେବସାଇଟ୍ ରେ ସଂଶୋଧିତ ସିଲାବସ୍ ଉପଲବ୍ଧ ହେବ । ଏସସିଇଆରଟି, ବିଏସଇ ଏବଂ ସିଏଚଏସଇ ୱେବ ସାଇଟ୍ ରେ ନୂଆ ସିଲାବସ ପାଇ ପାରିବେ ଛାତ୍ରଛାତ୍ରୀ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *