କରୋନା ବଢ଼ାଉଛି ଭୟ, ରାଜ୍ୟ ରେ ପୁଣି ନେଲା ୫ ଜୀବନ। ଗୋଟିଏ ଦିନ ରେ ଆଉ ୪୯୫ ଆକ୍ରାନ୍ତ ଚିହ୍ନଟ।

ଭୁବନେଶ୍ୱର(୦୪/୦୭, ପିପିଏଲ୍ ନ୍ୟୁଜ୍) : ରାଜ୍ୟରେ ଆଜି ପୁଣି 495 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୫ମୁଣ୍ଡ ନେଇଛି କରୋନା।ଏହି ୫ ଜଣ ଙ୍କୁ ମିଶାଇ ରାଜ୍ୟ ରେ କରୋନା ମୃତ୍ୟୁ ୨୯ ରେ ପହଁଚିଛି। ମୃତକ ୩ଜଣ ଗଞ୍ଜାମ ଓ ୨ ଜଣ ଖୋର୍ଦ୍ଧା ଜିଲ୍ଲା ର ବୋଲି ସୂଚନା ମିଳିଛି।ଆଜି ର ୪୯୫ ପଜିଟିଭ୍ ମଧ୍ୟ ରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୫୫ ହୋଇଥିବାବେଳେ ଲୋକାଲ କେସ ରହିଛି ୧୪୦। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାଙ୍କ ମଧ୍ୟରେ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୧୩, ବଲାଙ୍ଗିର ୨, ଭଦ୍ରକ ୧୨, କଟକ ୧୩, ଢ଼େଙ୍କାନାଳ ୧, ଗଜପତି ୭, ଗଞ୍ଜାମ ୨୧୬, ଜଗତସିଂହପୁର ୧୨, ଯାଜପୁର ୧, ଝାରସୁଗୁଡା ୮, କନ୍ଧମାଳ ୮, କେନ୍ଦ୍ରାପଡା ୧୧, କେନ୍ଦୁଝର ୫, ଖୋର୍ଦ୍ଧା ୫୦, କୋରୋପୁଟ ୫, ମାଲକାନଗିରି ୫, ମୟୁରଭଞ୍ଜ ୨୮, ନବରଙ୍ଗପୁର ୧୧, ନୟାଗଡ଼ ୧, ପୁରୀ ୧୮ ଚିହ୍ନଟ । ଏହାସହ ସମ୍ୱଲପୁର ୬, ସୋନପୁର ୨, ସୁନ୍ଦରଗଡ଼ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତ ଙ୍କ ସଂଖ୍ୟା ୮୬୦୧ ରେ ପହଁଚିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଯାହାକୁ ନେଇ ରାଜ୍ୟବାସୀ ଚିନ୍ତାପ୍ରକଟ କରିଛନ୍ତି ଓ ଭୟ ବଢ଼ିବାରେ ଲାଗିଛି।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *