ଭୁବନେଶ୍ବର (୦୪/୦୮, ପିପିଏଲ୍ ନ୍ୟୁଜ୍ ) : ରାଜ୍ୟରେ ଉପରମୁହାଁ କରୋନା ମିଟର୍ । ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ସଂକ୍ରମଣ ବି ବଢି ଚାଲିଛି । ଠିକ୍ ଏତିକିବେଳେ କରୋନା ଯୋଦ୍ଧା ଭାବରେ ଆଗେଇ ଆସିଛନ୍ତି ମଦର୍ ଟେରେସା ଫାଉଣ୍ଡେସନ୍ ର ସଦସ୍ୟ ମାନେ । ବୁଲି ବୁଲି ରାଜଧାନୀ ର ବିଭିନ୍ନ ସ୍ଥାନ କୁ ବିଶୋଧନ କରୁଛନ୍ତି ଫାଉଣ୍ଡେସନ ର ସଦସ୍ୟ ।ଲୁମ୍ବିନୀବିହାର ସ୍ଥିତ ଇଶାନେଶ୍ୱର ମନ୍ଦିର ପରିସର, ଶିଖରଚ଼ଣ୍ଡି ମନ୍ଦିର ବେଢା ଓ ପରିସର, ଏବଂ ଆହୁରି ଅନେକ ସ୍ଥାନକୁ ବିଶୋଧନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ ର ରାଜ୍ୟ ମହାସଚିବ ଶିଶିର କୁମାର ରଥ, ରାଜ୍ୟ ଯୁବ ସଭାପତି ଆଶିଷ ମହାନ୍ତି, ରାଜ୍ୟ ମହିଳା ସଭାପତି ମୋନାଲିସା ମଲ୍ଲିକ, ରାଜ୍ୟ ଉପସଭାପତି ଗାୟତ୍ରୀ ପୃଷ୍ଟି, ଇଲା ସ୍ଵାଇଁ, ରଶ୍ମିତା ମହାନ୍ତି, ସୁନିତା ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ଉପସଭାପତି ରଜନୀ ପଣ୍ଡା, କଟକ ଜିଲ୍ଲା ମହିଳା ସଭାପତି ଶ୍ରିୟା ସମ୍ଭାବନା ପ୍ରମୁଖ ଉପସ୍ଥିତ ଥିଲେ ।
