କରୋନା ରୁ ସୁସ୍ଥ ହେଲେ ଯୁବ ସମାଜସେବୀ ମିଲନ୍ ପାଇକରାୟ

ଭୁବନେଶ୍ୱର (୦୮/୦୮ , ପିପିଏଲ୍ ନ୍ୟୁଜ୍ ) : ସାରା ବିଶ୍ଵ ଏବେ କରୋନା ପାଇଁ ସ୍ତବ୍ଧ ହୋଇଯାଇଛି । ଏହି କରୋନା ମହାମାରୀରେ ଅନେକ ଲୋକ ମୃତ୍ୟୁ ହଵା ସହ ଅନେକ ଲୋକ ସୁସ୍ଥ ହୋଇ ଘରକୁ ଫେରିଲେଣି । ସେହିପରି ସାରା ଭୁବନେଶ୍ବରରେ ବହୁ ପରିଚିତ ଯୁବ ସମାଜ ସେବୀ ମିଳନ ପାଇକରାୟ କରୋନା ରୁ ସୁସ୍ଥ ହୋଇ ଘର କୁ ଫେରିଛନ୍ତି । ସେଥିପାଇଁ ସେ ସର୍ବପ୍ରଥମେ ଜଗନ୍ନାଥ , ମହାବୀର ଓ ସାଇନାଥଙ୍କ ନିକଟରେ ଚିର ରୁଣୀ ହେବା ସହ ମୁଖ୍ୟମନ୍ତ୍ରୀ ଓ ପ୍ରଶାସକ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ନୟାପଲ୍ଲୀ ୱାର୍ଡ ନଂ ୩୯ ରେ ଶ୍ରୀ ପାଇକରାୟ ବେଶ ପରିଚିତ । ଲକ୍ ଡାଉନ୍ ଠାରୁ ଆରମ୍ଭ କରି ସେ କୋଭିଡ୍ ହସ୍ପିଟାଲଙ୍କୁ ଚିକତ୍ସା ପାଇଁ ଯିବା ପୁର୍ବରୁ ସେ ଦୁଇ ତିନି ପର୍ଯ୍ୟାୟରେ ବସ୍ତି ବାସିନ୍ଧା ଭାଇ ଭଉଣୀ ଓ କିଛି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ନିଜ ତରଫରୁ ଶୁଖିଲା ଖାଦ୍ୟ , ରନ୍ଧା ଖାଦ୍ୟ , ମାସ୍କ , ସାବୁନ ପ୍ରଦାନ କରିବା ସହ ପ୍ରତେକ ଘର ଘର ବୁଲି ସାନିଟାଇଜ ମଧ୍ୟ କରିଛନ୍ତି । ତା ସହିତ ମଧ୍ୟ ବିଧାୟକଙ୍କୁ ଲିଖିତ ଅନୁରୋଧ କ୍ରମେ ୱାର୍ଡ ନଂ ୩୯ର ନୂଆ ସାହି ଓ ଶାସ୍ତ୍ରୀ ନଗର ରେ ୨ ଟି ଅସ୍ଥାୟୀ କ୍ୟାମ୍ପ କରିବା ସହ ସମ୍ପୂର୍ଣ ଅଞ୍ଚଳ କୁ ସାନି ଟାଇଜ କରିଛନ୍ତି । ଏଥି ପାଇଁ ନିଜ ତରଫରୁ ଓ ଅଞ୍ଚଳ ବାସୀଙ୍କ ତରଫରୁ ବିଧାୟକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *