କରୋନା ସଂକ୍ରମିତ ହେଲେ ପୂଜା ହେଗଡେ

ଦିଲ୍ଲୀ(୨୬/୦୪,ପିପିଏଲ୍ ନ୍ୟୁଜ୍ ) : କରୋନାର ଦ୍ୱିତୀୟ ଲହରୀ ଦ୍ରୁତଗତିରେ ବ୍ୟାପିବା ଦିନ ଠାରୁ , ଅନେକ୍ ଲୋକ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନେତ।, ସେଲିବ୍ରେଟି ଯାଏଁ , ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି କରୋନା । ମନୋରଞ୍ଜନ ଦୁନିଆଁ ଉପରେ ଏହାର ପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସୁଛି । ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପୂଜା ହେଗଡେ । ସେ ସୋସିଆଲ ମିଡିଆ ମ।ଧ୍ୟମରେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ।ତାଙ୍କର ଏହି ଖବର ଜାଣିବା ପରେ, ତାଙ୍କ ଫ୍ୟାନ୍ସମାନେ ସେ ଜଲଦୀ ସୁସ୍ଥ ହେବା ନେଇ ପ୍ରାର୍ଥନା କରୁଛନ୍ତି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *