କର୍କଟ ପୀଡିତା ମେଧାବୀ ଛାତ୍ରୀଙ୍କୁ ସହାୟତା ଯୋଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର (୧୩/୦୮ , ପିପିଏଲ୍ ନ୍ୟୁଜ୍ ) : କର୍କଟ ପୀଡିତା ମେଧାବୀ ଛାତ୍ରୀ ମୋନାଲିସାଙ୍କ ଚିକତ୍ସା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଓ ବିଡିଓ ମୋନାଲିସାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାକୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମସ୍ କୁ ଅଣାଯାଇ ସେଠାରେ ଚିକତ୍ସା ଆରମ୍ଭ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାକୁ ସମସ୍ତ ଚିକତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଥିଲେ ।ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତାକୁ ରେଡ଼କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ କର୍କଟ ପୀଡିତା ମୋନାଲିସା ଚଳିତ ବର୍ଷ ବାମ ହାତରେ ପରୀକ୍ଷା ଦେଇ ୮୦% ନମ୍ବର ରଖି ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱର ସହ ଉତ୍ରିଣ୍ଣ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *