ନୂଆଦିଲ୍ଲୀ(୨୬ /୦୩, ପିପିଏଲ୍ ନ୍ୟୁଜ୍): ଭାରତରେ କାଗଜ ନୋଟ୍ ପ୍ରଚଳନକୁ ଚଳିତ ମାସରେ ୧୬୦ ବର୍ଷ ପୁରିଛି। ଏକଦା ଇଂରେଜ ମାନେ ଦେଶ ଉପରେ ନିଜର ନିୟନ୍ତ୍ରଣ କଡାକଡି କରିବାକୁ ପ୍ରଚଳନ କରିଥିବା ଏହି କାଗଜ ଟଙ୍କା ଏବେ ଆମ ଜାତୀୟ ଏକତାର ନିଦର୍ଶନ ପାଲଟିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ଅର୍ଥର ସ୍ରୋତ ଜାରି ରଖିବାକୁ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ବିସ୍ତୃତ ନୋଟ୍ ଶୃଙ୍ଖଳା ଚଳାଇଛନ୍ତି। ତେବେ ୧୮୬୧ ମସିହାରେ ଦେଶରେ ପ୍ରଚଳିତ ହୋଇଥିବା ନୋଟ୍ କିନ୍ତୁ ଏପରି ନଥିଲା। ତେବେ ଏହାର ଅର୍ଥ ନୁହେଁ ଯେ ଇଂରେଜଙ୍କ କାଗଜ ଟଙ୍କା ପୂର୍ବରୁ ଭାରତରେ ମୂଲ୍ୟ ନିର୍ଦ୍ଧାରଣ ଲାଗି ସେପରି କିଛି ବ୍ୟବସ୍ଥା ନଥିଲା। ବିଭିନ୍ନ ଭାରତୀୟ ରାଜ୍ୟମାନେ ନାନା ଧାତୁରେ ମୁଦ୍ରା ଦ୍ୱାରା ଅର୍ଥ ବ୍ୟବସ୍ଥା ନିୟନ୍ତ୍ରିତ କରୁଥିଲେ। ଯେଉଁଥିରେ ସୁନା ଭଳି ମହାର୍ଘ୍ୟ ଧାତୁ ମଧ୍ୟ ଥିଲା। ଭାରତରେ ଇଂରେଜଙ୍କ କାଗଜ ଟଙ୍କା ପ୍ରଚଳନର ୨ହଜାର ୬୦୦ ବର୍ଷ ପୂର୍ବରୁ ଅର୍ଥର ପ୍ରଚଳନ ଥିଲା। ବିଭିନ୍ନ ରାଜତନ୍ତ୍ର, ସ୍ଥାନୀୟ ଶାସକ ଦୀର୍ଘ ବର୍ଷରୁ ମୁଦ୍ରାରେ କାରବାର କରିଆସୁଥିଲେ।
ରିପୋର୍ଟ- ଅଭିଜିତ ଦେବତା