କାଲିମେଳା ବ୍ଲକରେ ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ରକ୍ତ ଦାନଶିବିର

କାଲିମେଳା(୧୩ /୦୪,ପିପିଏଲ ନ୍ୟୁଜ) : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମାଲକାନଗିରି ଜିଲ୍ଲା ବିଜୁ ଯୁବ ଜନତା ଦଳ କାଲିମେଲା ବ୍ଲକ ସଭାପତି ଶ୍ରୀ ପ୍ରମଦ ପଟ୍ଟନାୟକ ଅଧ୍ୟକ୍ଷତାରେ”ଓଡ଼ିଶା-ମୋ ପରିବାର” ଆନୁକୁଲ୍ୟରେ “ବ୍ଲକ ସ୍ତରୀୟ ସ୍ଵେଚ୍ଛାକୃତ” ରକ୍ତ ଦାନ” ଶିବିର”, “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ” ୩୦” ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକୁନ୍ଦ ସୋଡି, କାଲିମେଲା ସାଂସଦ ପ୍ରତିନିଧି ଈ.ଭେଙ୍କେଟ ରାଓ, ବରିଷ୍ଠ ବିଜେଡି ନେତା ଶ୍ରୀ ଶରତ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ତପେନ୍ଧୁ ସରକାର , ଜିଲ୍ଲା ବିଜୁ ଯୁବ ଜନତା ଦଳ ସମ୍ପାଦକ ପ୍ରଦୀପ ମଣ୍ଡଳ,ବିଜୁ ଛାତ୍ର ଜନତା ଦଳ କାଲିମେଲା ବ୍ଲକ ସଭାପତି ଟି. ସତ୍ୟଜିତ ସୁବୁଦ୍ଧି, ଦିଲ୍ଲୀପ ବିଶ୍ୱାସ, ରୁଦ୍ର ପାତ୍ର, ଶଙ୍କର ହାଲଦାର, ସଂଜୀବ ନାଥ, ବାବୁ ଗୁପ୍ତା, ସଂଜୁ ସରକାର , ଅନିମେଶ ମଣ୍ତଳ, କୁଶଳ ମଣ୍ତଳ,, ଜିଲ୍ଲା ବିଜୁ ଯୁବ ଜନତା ଦଳ ଆଈଟି କୋଡିନେଟର ମୋନଜ ପଟ୍ଟନାୟକ, ଜିଲ୍ଲା ଛାତ୍ର ଜନତା ଦଳ ସୋସିଆଲମିଡ଼ିଆ କୋଡ଼ିନେଟର ସୁନୀଲ ସାହୁ,କାଲିମେଲା ବ୍ଳକ ଛାତ୍ର ଜନତା ଦଳ ସୋସିଆଲମିଡ଼ିଆ କୋଡ଼ିନେଟର ସୌରଭ ମଣ୍ଡଳ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ କାର୍ଯ୍ୟକ୍ରମରେ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ରିପୋର୍ଟ – ସୌରଭ ମଣ୍ତଳଙ୍କ

Leave a Reply

Your email address will not be published. Required fields are marked *