କାଶ୍ମୀର ପ୍ରସଙ୍ଗ ରେ ମିଳୁନାହିଁ ସମର୍ଥନ, ବିଶ୍ବ ଦରବାର ରେ ପୁଣି ଅପଦସ୍ତ ପାକିସ୍ତାନ

ନୂଆଦିଲ୍ଲୀ (୨୦/୦୮,ପିପିଏଲ୍ ନ୍ୟୁଜ୍) : ଭାରତର ପ୍ରଭାବ ଏବେ ସାରା ବିଶ୍ବ ରେ ବୃଦ୍ଧି ପାଇଚାଲିଥିବାବେଳେ ଇସ୍ଲାମୀୟ ଦେଶଗୁଡ଼ିକରେ ମଧ୍ୟ ଭାରତ ର ପ୍ରଭାବ ବୃଦ୍ଧି ପାଉଛି ତାହାକୁ ନେଇ ପାକିସ୍ତାନ ଚିନ୍ତିତ ହୋଇପଡ଼ିଛି । ସାଉଦି ଆରବ ସହ ତିକ୍ତତା ପରେ ପାକିସ୍ତାନ ଆନ୍ତର୍ଜାତୀୟ ଇସ୍ଲାମିକ ସଂଗଠନର ଏକ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ସତ୍ତ୍ୱେ ଧୀରେ ଧୀରେ ନିଜର ଗୁରୁତ୍ୱ ହରାଇବାରେ ଲାଗିଛି । ଅନ୍ୟପଟେ ଭାରତ ନିଜର କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ମାଧ୍ୟମରେ ଆରବ ରାଷ୍ଟ୍ରମାନଙ୍କ ସହ ନିଜ ସଂପର୍କକୁ ଘନିଷ୍ଠ ଓ ମଜବୁତ କରିଚାଲିଛି । ନିକଟରେ ପାକିସ୍ତାନର ସେନା ମୁଖ୍ୟଙ୍କୁ ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ଭେଟିବାକୁ ମନା କରିଦେବା ପରେ ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ବିଗିଡି ଯାଇଛି । ଏହା ଫଳରେ ପାକିସ୍ତାନ ଏବେ ସମ୍ପୂର୍ଣ୍ଣ ଭାବେ ଚୀନର ସହାୟତା ଓ ନିୟନ୍ତ୍ରଣ କୁ ଆସି ଯାଇଛି।
ସୂଚନା ଅନୁଯାୟୀ ପାକିସ୍ତାନ ଓଆଇସିରେ ବାରମ୍ବାର କଶ୍ମୀର ପ୍ରସଙ୍ଗ ଉଠାଉଥିବାରୁ ସଦସ୍ୟ ରାଷ୍ଟ୍ରମାନେ ତାହାକୁ ଆଉ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ଭାରତ ସହ ସମ୍ପର୍କ ସୁଧାରିବାକୁ ପାକିସ୍ତାନକୁ କେତେକ କ୍ଷମତାଶାଳୀ ସଦସ୍ୟ ରାଷ୍ଟ୍ର ଇସ୍ଲାମାବାଦକୁ ତାଗିଦ କରିଛନ୍ତି । ଏପରିକି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବ ନାହିଁ ବୋଲି ଇସ୍ଲାମିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଦେଶ ସାଉଦି ଆରବ ରୋକଠୋକ ଜଣାଇଦେଇଛି।ଏହା ପରେ ବିଶ୍ବ ଦରବାର ରେ ପୁଣି ଥରେ ଅପଦସ୍ତ ହୋଇଛି ପାକିସ୍ତାନ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *