କିସ୍ ଇନସ୍ଟିଚ୍ୟୁଟ ତରଫରୁ ଟିସାର୍ଟ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ

ପାଟଣାଗଡ଼(୧୫/୦୯,ପିପିଏଲ୍ ନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସ୍ଥିତ ଆଦିବାସୀ କଲ୍ୟାଣ ସଂଘ ଭବନଠାରେ କିସ ରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା। କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ )ର ଛାତ୍ରଛାତ୍ରୀ ମାନଙ୍କ ପାଇଁ କିସ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଚତୁର୍ଥ ପର୍ଯ୍ୟାୟ ଖାଦ୍ୟ ସାମଗ୍ରୀ ,ସାନିଟାଇଜର ସହିତ ଟି ସାର୍ଟ ପ୍ରଦାନ କରିଛନ୍ତି । ଗତକାଲି ସ୍ୱତନ୍ତ୍ର କିଟ ବିଶ୍ୱବିଦ୍ୟାଳୟ ର ବସ ଯୋଗେ ବଲାଙ୍ଗିର ଜ଼ିଲ୍ଲା ର ଚଉଦ ଟି ବ୍ଲକ ରେ ସାମଗ୍ରୀ ବିତରଣ କରାଯାଇଥିଲା କିସ ପ୍ରତିଷ୍ଠାତା ସାଂସଦ ଅଚ୍ଯୁତ ସାମନ୍ତଙ୍କ ପ୍ରଚେଷ୍ଟା ରେ ଲକ ଡାଉନ ସଟଡାଉନ ସମୟରେ ଘରେ ରହୁଥିବାରହୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚତୁର୍ଥ ପର୍ଯ୍ଯାୟରେ ଶୁଖିଲା ଖାଦ୍ୟ ଓ ଟିସାର୍ଟ୍ ବଣ୍ଟନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ଆଦିବାସୀ କଲ୍ୟାଣ ସଂଘ ଡ. ଅଚ୍ଯୁତ ସାମନ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିବା ସହିତ ପ୍ରଶଂସା ମଧ୍ଯ କରିଥିଲେ। ଏହି ଅବସରରେ ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସଂପାଦକ ଗିରିଧାରି ଭୋଇ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଟିସାର୍ଟ୍ ବଣ୍ଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ଯ ରେ ସଂପାଦକ ସାରଧୀ ବାଗ, ମନୋବଧ ବରିହା, ଘନ ଭୋଇ, ଚନ୍ଦ୍ର ଶେଖର ବରିହା, ଧବଲେଶ୍ବର ଭୋଇ, ଗୌରିଶଙ୍କର ବରିହା, ରମେଶ ବରିହା, ଦେବହରି ଭୋଇ ପ୍ରମୁଖ ଉପସ୍ଥିତ ଥିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମଧ୍ଯ ଉପସ୍ଥିତ ଥିଲେ। ଲଲିତ ମଲ୍ଲିକ ଧନ୍ଯବାଦ ଅର୍ପଣ କରିଥିଲେ।
ରିପୋର୍ଟ – ଚନ୍ଦ୍ର ଶେଖର ବରିହା

Leave a Reply

Your email address will not be published. Required fields are marked *