ଦିଲ୍ଲୀ(୦୩ /୦୩, ପିପିଏଲ୍ ନ୍ୟୁଜ୍) : ବିଗବସ୍ ସିଜିନ୍-୧୪ ସରିବା ପରେ, ଏବେ ବିଗ୍ବସ୍ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ପାର୍ଟି କରିବା ମୁଡ୍ରେ ଅଛନ୍ତି । ସମସ୍ତେ ନିଜ ନିଜ ଅନ୍ଦାଜରେ ଛୁଟି କାଟିବା ପାଇଁ ପ୍ଲାନିଂ କରୁଛନ୍ତି । ଠିକ୍ ସେମିତି ଡ୍ରାମା କୁଇନ୍ ନାଁରେ ଜଣାଶୁଣା ଅଭିନେତ୍ରୀ ରାକ୍ଷୀ ସାୱନ୍ତ , ମଧ୍ୟ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି ।ରାକ୍ଷୀ ସାୱନ୍ତ ମୁମ୍ବାଇରେ ବିଗ୍ବସ୍ର ନିଜ ସାଙ୍ଗମାନଙ୍କ ପାଇଁ ଏକ ପାର୍ଟି ରଖିଥିଲେ, ଉକ୍ତ ପାର୍ଟିରେ ବିଗ୍ବସ୍ ସିଜିନ୍ ୧୪ର ଅନେକ୍ ପ୍ରତିଯୋଗୀ ଆସି ପହଞ୍ଚିଥିଲେ । ସମସ୍ତେ ସାଥିରେ ସମୟ ବିତାଇଥିଲେ । ଏବଂ ଏହି ମୁହୂର୍ତ୍ତକୁ ବେଶ ଏନଜଏ କରିଥିଲେ । ଏହି ପାର୍ଟିରେ ସାଙ୍ଗମାନଙ୍କ ସହ ମିଶି କେକ୍ କାଟିଥିଲେ ରାକ୍ଷୀ ।
ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ