କେବଳ ଭାରତ ନୁହେଁ, ଅନ୍ୟ ପଡୋଶୀ ଦେଶ ମାନଙ୍କ ସହ ମଧ୍ୟ ଚାଲିଛି ଦାଦାଗିରି !

ଭୁବନେଶ୍ୱର(୦୨/୦୭,ପିପିଏଲ୍ ନ୍ୟୁଜ୍) : ଏଲଏସି ରେ ସୀମା ବିବାଦ କୁ ନେଇ ବାରମ୍ବାର ଆଲୋଚନା ସତ୍ତ୍ୱେ କମୁ ନାହିଁ ଚୀନର ଦାଦାଗିରି । ବାରମ୍ବାର ଏଲଏସିରେ ନିଜର ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛି ଚୀନ। ଭାରତୀୟ ସୀମାକୁ ନିଜର ବୋଲି ଦର୍ଶାଇବାକୁ ହୀନ ପ୍ରୟାସ କରିଆସୁଛି। ଏହାକୁ ନେଇ ଭାରତ ପକ୍ଷରୁ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେପଟେ କେବଳ ଭାରତ ନୁହେଁ ଅନ୍ୟ ପଡୋଶୀ ଦେଶ ମାନଙ୍କ ସହ ମଧ୍ୟ ଚୀନର ସୀମାବିବାଦ ଘନେଇଛି।ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା। ଚୀନର ଏଭଳି ପଦକ୍ଷେପ ଚୀନ କମ୍ୟୁନିଷ୍ଟ ପାର୍ଟିର ଅସଲ ମୁଖା ଖୋଲୁଛି ବୋଲି ହ୍ୱାଇଟ ହାଉସ୍ ପ୍ରେସ ସଚିବ ସୂଚନା ଦେଇଛନ୍ତି। ଏଥିସହ ଭାରତ ଓ ଚୀନ ସୀମାରେ ଦେଖାଦେଇଥିବା ଉତ୍ତେଜନା ଉପରେ ନଜର ରଖାଯାଇଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି।ହ୍ୱାଇଟ ହାଉସ୍ ପ୍ରେସ ସଚିବ ଆହୁରି କହିଛନ୍ତି, ଆମେ ଚାହୁଁଛୁ ଉଭୟ ଭାରତ ଓ ଚୀନ୍ ଶାନ୍ତିପୂର୍ଣ୍ଣ ଭାବେ ସବୁର ସମାଧାନ କରନ୍ତୁ। ୭ ସପ୍ତାହ ଧରି ଲାଗିରହିଥିବା ବିବାଦକୁ ଆଦୌ ହାଲୁକାରେ ନିଆଯାଇପାରିବ ନାହିଁ। କେବଳ ଭାରତ କିମ୍ବା ଏସିଆ ନୁହେଁ ବରଂ ବିଶ୍ୱର ଅନ୍ୟ କିଛି ସ୍ଥାନରେ ମଧ୍ୟ ଚୀନର ଏଭଳି ଦାଦାଗିରି ଦେଖିବାକୁ ମିଳିଛି, ଯାହାକୁ ଅଣଦେଖା କରିହେବ ନାହିଁ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *