କେଶ ଓ ତ୍ୱଚା ପାଇଁ ମେଥିପତ୍ର

ଭୁବନେଶ୍ୱର (୨୪ /୧୨,ପିପିଏଲ୍ ନ୍ୟୁଜ୍ ) : ଭାରତୀୟଙ୍କ ଖାଦ୍ୟ ତାଲିକାରେ ପ୍ରାୟତଃ ମେଥି ପତ୍ରର ବେଶ ଆଦର ଓ ଚାହିଦା ରହିଛି । ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ମେଥି ପତ୍ର ବା ଶୁଖିଲା ମେଥି ବ୍ୟବହାର କରାଯାଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ହେବା ସହିତ , କେଶ ଓ ତ୍ୱଚା ଉପରେ ମଧ୍ୟ ବେଶ ଭଲ ପ୍ରବାହ ପକାଏ ।ଅଧିକ କେଶ ଝଡୁଥିଲେ ବା ରୁପି ସମସ୍ୟାର ସମ୍ମୁଖୀନ ହେଉଥିଲେ ,ମେଥି ପତ୍ରକୁ ବାଟି ସେଥିରେ ଦହି ମିଶାଇ କେଶମୂଳରେ ଲଗାଇ ଏହା ଶୁଖିବା ପରେ ଧୋଇନେବେ । ଏପରି ସପ୍ତାହକୁ ଥରେ କରି ପାରିବେ । ଲେମ୍ବୁ ରସ,ମେଥି ପତ୍ର ବଟାକୁ ମିଶାଇ ଏହି ମିଶ୍ରଣକୁ କେଶରେ ଲଗାଇବା ଫଳରେ ରୁପି ସମସ୍ୟା ଦୂର ହେବାରେ ଏହା ଭଲ କାମ କରିଥାଏ । କେଶରେ ମେହେନ୍ଦୀ ଲଗାଉଥିଲେ, ସେହି ମହେନ୍ଦୀରେ ମେଥିପତ୍ର ବଟା ମିଶାଇ ଲଗାଇ ପାରିବେ । ଏହା ଲଗାଇବୋ ଫଳରେ କେଶ ମୂଳ ଶକ୍ତ ହୋଇଥାଏ ।ମହୁ ସହିତ ମେଥି ପତ୍ରକୁ ବାଟି ସେଥିରେ ମିଶାଇ ତ୍ୱଚାରେ ଲଗାଇବା ଭଲ । ଏହାକୁ ତ୍ୱଚାରେ ୧୫ ରୁ ୨୦ ମିନିଟ ଯାଏଁ ଲଗାଇ ରଖିବା ପରେ, ଉଷୁମ୍ ପାଣିରେ ତ୍ୱଚାକୁ ପରିଷ୍କାର କରିବେ । ତ୍ୱଚା ଅଧିକ ଶୁଷ୍କ ଥିଲେ ଏହାକୁ ପ୍ରତିଦିନ ସ୍ନାନ କରିବା ପୂର୍ବରୁ ବ୍ୟବହାର କରି ପାରିବେ ।

ରିପୋର୍ଟ -ରାଜେଶ୍ଵରୀ ନାୟକ

Leave a Reply

Your email address will not be published. Required fields are marked *