କୋଟପାଡ଼ ବାର ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚିତ

କୋଟପାଡ଼(୦୫/୦୪,ପିପିଏଲ୍ ନ୍ୟୁଜ୍ ): କୋଟପାଡ଼ ବାର୍ ଆସୋସିଏସନ ଓକିଲ ସଂଘର ସମସ୍ତ ସଭ୍ୟ ଓସଭ୍ୟା ମାନଙ୍କୁ ନେଇ ସମସ୍ତ କର୍ମକର୍ତ୍ତାଙ୍କ ନିର୍ବାଚିତ ସକାଶେ ନିର୍ବାଚନ ହୋଇ ଯାଇଛି।ଏହିଥର ପୁଣି ବରିଷ୍ଟ ଆଇନଜୀବି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ତୃତୀୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇ ଥିବା ବେଳେ ସମ୍ପାଦକ ଭାବେ ଗୁପ୍ତ କୈଳାଶ ମହାନ୍ତି ନିର୍ବାଚିତ ହୋଇଛନ୍ତି l ଉପସଭାପତି ଭାବେ ଶ୍ରୀ ପ୍ରଦୀପ କୁମାର ବକ୍ସିଙ୍କୁ ନିର୍ବାଚିତ କରିଥିବା ବେଳେ, ସହ ସମ୍ପାଦକ ଭାବେ ଶ୍ରୀ ଶଙ୍କର ପ୍ରଶାଦ ପଣ୍ଡାଙ୍କୁ ଓ କୋଷାଧ୍ୟକ୍ଷ ଭାବେ ଶ୍ରୀ ମୁକ୍ତେଶ୍ଵର ନାୟକଙ୍କୁ ନିର୍ବାଚିତ କରାଯାଇଅଛି।ଏହା ସହିତ କାର୍ଯ୍ୟକାରୀ ସଭ୍ୟ ଭାବେ ରାଜେନ୍ଦ୍ର ପ୍ରସାଦ ନାୟକ,ବିଦ୍ୟୁତ୍ ଲତା ବକ୍ସି ଓ ଗୁପ୍ତ ବେହେରା ମନୋନୀତ ହୋଇଛନ୍ତି।କୋଟପାଡ଼ ବାର୍ ର ଇଲେକ୍ସନ ଅଫିସର ବରିଷ୍ଠ ଆଇନ୍ ଜିବୀ ଜୀତେନ୍ଦ୍ର ନାଥ ମହାପାତ୍ର ଏହା ସମସ୍ତ ନିୟମର ସହ ଘୋଷଣା କରିଛନ୍ତି।ଏହା ଘୋଷଣା ହେବାପରେ କୋଟପାଡ଼ ବାର୍ ର ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ରଥ,ପଙ୍କଜ କୁମାର ପାତ୍ର,ଅର୍ଜୁନ ବିଶୋଇ,ଏସ ଚନ୍ଦ୍ର ରାଓ, କମାକ୍ଷୀ ପ୍ରସାଦ ପାଢ଼ୀ,ଦୁର୍ଗା ସାହୁ,ଘନ ବିଶୋଇ,ଖଗପତି ପାତ୍ର,ପ୍ରଦୀପ ବକ୍ସି,ନିମେଶ୍ୱରି ପଟ୍ଟନାୟକ,ବୁଲୁ ହୋତା ,ଲିଙ୍ଗରାଜ ନାୟକ,କପିଳ ମିଶ୍ର ପ୍ରମୁଖ ଏହି ନିର୍ବାଚନ ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳା ରେ ସମାପନ ହୋଇଥିବାରୁ ସଭାପତି ତଥା ଇଲେକ୍ସନ ଅଫିସର ଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ।

ରିପୋର୍ଟ- ସୁଶାନ୍ତ ଅଧିକାରୀ

Leave a Reply

Your email address will not be published. Required fields are marked *