କୋଟି କୋଟି ଯୁବଗୋଷ୍ଠୀ ଙ୍କ ନିଯୁକ୍ତି ପାଇଁ ଆସିଲା ବଡ଼ ସୁଯୋଗ ! ଦେଖନ୍ତୁ କଣ ଏହି ବଡ଼ ସୁଯୋଗ ?

ନୂଆଦିଲ୍ଲୀ ୨୧।୮: ଦେଶ ର କୋଟି କୋଟି ଯୁବଗୋଷ୍ଠୀ ଙ୍କ ପାଇଁ ବଡ଼ ସୁଯୋଗ ଆଣିଦେବ ଜାତୀୟ ନିଯୁକ୍ତି ଏଜେନ୍ସୀ (ଏନଆରଏ)ର ଗଠନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ କହିଛନ୍ତି । ଏହାଦ୍ବାରା ଅଲଗା ଅଲଗା ପରୀକ୍ଷାରୁ ମୁକ୍ତି ମିଳିବା ସହ ସମୟ ମଧ୍ୟ ସଞ୍ଚୟ ହେବ ।
ଯୋଗ୍ୟତା ପରୀକ୍ଷା ଆୟୋଜିତ କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସୀ (ଏନଆରଏ)କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି କହିଥିଲେ ଯେ, ଏହାଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆସିବା ସହ ଏହା ଦୁର୍ନୀତିମୁକ୍ତ ହେବ । ସେ କହିଥିଲେ ଯେ, ଜାତୀୟ ନିଯୁକ୍ତି ଏଜେନ୍ସୀ କୋଟି କୋଟି ଯୁବଗୋଷ୍ଠୀଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି କରିବ । ଏହାଦ୍ବାରା ଅଲଗା ଅଲଗା ପରୀକ୍ଷାରୁ ମୁକ୍ତି ମିଳିବ । ଏହାଦ୍ବାରା ସମୟ ମଧ୍ୟ ସଞ୍ଚୟ ହେବ । ଏହାଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆସିବ ଓ ନିଯୁକ୍ତି ଦୁର୍ନୀତି ମୁକ୍ତ ହେବ। କ୍ୟାବିନେଟ୍‌ ନିଷ୍ପତ୍ତି ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଥିଲେ ଚାକିରି ପାଇଁ ପ୍ରାର୍ଥୀଙ୍କୁ ଏକରୁ ଅଧିକଥର ପରୀକ୍ଷା ଦେବାକୁ ପଡିଥାଏ । ଦେଶରେ ପ୍ରାୟ ୨୦ ନିଯୁକ୍ତି ଏଜେନ୍ସି ରହିଛି । ଆଶାୟୀଙ୍କୁ ବିଭିନ୍ନ ଏଜେନ୍ସି ତରଫରୁ ଆୟୋଜିତ ପରୀକ୍ଷା ପାଇଁ ଅନେକ ସ୍ଥାନ କୁ ମଧ୍ୟ ଯିବାକୁ ପଡିଥାଏ କିନ୍ତୁ ଏବେ ଜାତୀୟ ନିଯୁକ୍ତି ଏଜେନ୍ସୀ କମନ ଏଲିଜିବିଲିଟି ଟେଷ୍ଟ (ସିଇଟି)ର ସ୍ଥାନ ନେବ । ଏଥିରେ କୋଟି କୋଟି ଯୁବଗୋଷ୍ଠୀ ଲାଭବାନ ହେବେ ଓ ସେମାନଙ୍କୁ ଏବେ କେବଳ ଏନଆରଏ ଦ୍ଵାରା ହେବାକୁ ଥିବା ପରୀକ୍ଷା ଦେବାକୁ ପଡିବ । ଯାହା ସିଇଟି ଜରିଆରେ ଆୟୋଜିତ ହେବ ବୋଲି ସୁଚନା ମିଳିଛି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *