କୋଭିଡ୍ କଟକଣା ସହ ଦଶହରା ପାଳନ

ଜଗତସିଂପୁର(୨୬/୧୦,ପିପିଏଲ୍ ନ୍ୟୁଜ୍) : ଚଳିତବର୍ଷ ଜୟଦୁର୍ଗା ପୂଜାପରିଚାଳନା କମିଟି ପଲ୍ଲୀ, ଜଗତସିଂହପୁର ତରଫରୁ ୭୯ତମ ସାର୍ବଜନୀନ ଦୁର୍ଗାପୂଜା ସମସ୍ତ କୋଭିଡ଼ ନିୟମ ପାଳନକରି ଆୟୋଜିତ ହୋଇଛି। ମା’ଙ୍କର ମହାଷ୍ଟମୀ ଵ୍ରତାପୂଜା , ମହାନଵମୀ ପୂଜା ପ୍ରଶାସନିକ ନିୟମ ଅନୁସାରେ ପାଳନ କରାଯାଇଛି ଓ ଆଜି ମା ଙ୍କ ର ପବିତ୍ର ଦଶମୀ ପୁଜା କରଯାଇଛି। ମଣ୍ଡପ ବାହାରେ କରୋନା ସଚେତନତା ବାର୍ତ୍ତା ଲଗାଯିବା ସହ ନିୟମ ଅନୁଯାୟୀ ପୂଜା ଅର୍ଚନା କରଯାଇଛି। ମା ଙ୍କ ନିକଟ କୁ କରୋନା କଟକଣା ପାଇଁ ଯାଇପାରୁନାହାନ୍ତି ଭକ୍ତ ମାନେ। ମଣ୍ଡପ ବାହାରେ ଦୀପ ଲଗାଇ ମା ଦଶଭୁଜା ଙ୍କୁ ପ୍ରାର୍ଥନା କରୁଛନ୍ତି ଭକ୍ତ ମାନେ।

Leave a Reply

Your email address will not be published. Required fields are marked *