ଭୁବନେଶ୍ୱର(୦୮ /୦୨,ପିପିଏଲ୍ ନ୍ୟୁଜ୍ ) :ଆଜିଠାରୁ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପ୍ରବେଶ କରିଛନ୍ତି। ଶ୍ରେଣୀରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିଛନ୍ତି। କୋଭିଡ୍-୧୯ ଗାଇଡ୍ଲାଇନ୍ ଆଧାରରେ କ୍ଲାସରୁମ୍ର ଆୟତ୍ତନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା କରାଯାଇଛି ।୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ। ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପ୍ରତିଦିନ ୩ଟି ପରିଅଡ୍ କରାଯିବଏବଂ ରବିବାର କ୍ଲାସ୍ ହେବ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳର ପାଣିପାଗକୁ ଦେଖି କ୍ଲାସର ସମୟରେ ପରିବର୍ତନ କରାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ