କୋଭିଡ ମୁକାବିଲା ପାଇଁ ସରକାର ପ୍ରସ୍ତୁତ !


ଭୁବନେଶ୍ୱର (୧୦/୦୪,ପିପିଏଲ ନ୍ୟୁଜ) : ପ୍ରବାସୀ ଓଡ଼ିଆ ଆସିବା ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା। କିଛି ସ୍ଥାନରେ ପ୍ରବାସୀ ଓଡ଼ିଆ ଆସୁଛନ୍ତି। ସେମାନଙ୍କୁ ଟେଷ୍ଟିଂ କରାଯାଉଛି। ଆଗକୁ ପ୍ରବାସୀ ଓଡ଼ିଆଙ୍କ ଗୋଟିଏ ଗାଇଡ଼ଲାଇନ କରିବା ପାଇଁ ବିଚାର କରାଯାଉଛି। ଅସ୍ଥାୟୀ ମେଡିକାଲ କେନ୍ଦ୍ରକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। କିଛି ରାଜ୍ୟରେ ଅଧିକ ସଂକ୍ରମଣ ହେଉଛି। ସମ୍ପୃକ୍ତ ରାଜ୍ୟରୁ କିଛି ଲୋକ ଆସୁଥିବେ। ସରକାର କୋଭିଡ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।ସୀମାନ୍ତରେ ଜୋରସୋରରେ ଚେକିଂ ହେଉଛି। ଯେଉଁମାନେ ନେଗେଟିଭ ରିପୋର୍ଟ ନେଇକି ଆସୁଛନ୍ତି ସେମାନଙ୍କୁ କେବଳ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉଛି। ଯେଉଁମାନେ ରିପୋର୍ଟ ନେଇ ଆସୁନାହାନ୍ତି ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଉଛି। ଗତଥର କରୋନାକୁ ଲୋକେ ଯେତିକି ଭୟ କରୁଥିଲେ ଏଥର ସେତିକି ଭୟ କରୁନାହାନ୍ତି। ଛତିଶଗଡ଼ ପାଇଁ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ପଜିଟିଭ ସଂଖ୍ୟା ବଢୁଛି। ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଗତକାଲି କହିଛନ୍ତି ସମସ୍ତଙ୍କୁ କୋଭିଡ ନିୟମ ମାନିବା ପାଇଁ ।

ରିପୋର୍ଟ – ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *