କୋଭିଡ ହସ୍ପିଟାଲ୍ ବର୍ଜ୍ୟବସ୍ତୁ ସ୍ଥାନାନ୍ତରକୁ ନେଇ ଅସନ୍ତୋଷ

ଭୁବନେଶ୍ବର (ପିପିଏଲ୍ ନ୍ୟୁଜ୍, ୧୩/୦୫) ଆଜି ଦେଖିବା ପାଇଁ ମିଳିଛି ଏକ ଅଭାବନୀୟ ଘଟଣା |ଘଟଣାଟି ଘଟିଥିଲା କରୋନା ରୋଗୀଙ୍କ ବର୍ଜ୍ୟବସ୍ତୁ ପକାଇବାକୁ ନେଇ |ଅନୁଗୁଳ ଜିଲ୍ଲାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ତାଳଚେର ଠାରେ ପ୍ରସ୍ତୁତ ହୋଇଥିବା କୋଭିଡ ୧୯ ହସ୍ପିଟାଲରେ(ନେହରୁ ଶତାବ୍ଦୀ ହସ୍ପିଟାଲ) ବର୍ତ୍ତମାନ ୧୫ ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ରୋଗୀଙ୍କର ଚିକିତ୍ସାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଆଜି ଅପରାହ୍ନରେ ଏକ ସ୍ୱତନ୍ତ୍ର ଟାଟା ଏସ ଗାଡି ଯୋଗେ ମଣ୍ଡାପାଳ ସରକାରୀ ଚିକିତ୍ସାଳୟ ସ୍ଥାନାନ୍ତର କରି ସେଠାରେ ଥିବା ଆବର୍ଜନା ଗଦାରେ ପକାଇବାକୁ ନେବାବେଳେ, ବିଜେପିର ଅନୁଗୁଳ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣାଙ୍କ ନଜରରେ ପଡିଥିଲା, ପ୍ରକାଶ ଗାଡି ଚାଳକଙ୍କ ଠାରୁ ବୁଝିବାପରେ, ତାଙ୍କୁ ହସ୍ପିଟାଲ ମଧ୍ୟରେ ବର୍ଜ୍ୟବସ୍ତୁ ପକାଇବାକୁ ମନାକରିଥିଲେ |କୋଭିଡ ୧୯ ହସ୍ପିଟାଲ ଠାରୁ ମଣ୍ଡାପାଳ ଚିକିତ୍ସାଳୟ ଦୂରତା ୮ କି.ମି ହୋଇଥିବା ବେଳେ, ମଣ୍ଡାପାଳ ସରକାରୀ ଚିକିତ୍ସାଳୟ ଉପରେ ଚିକିତ୍ସା ପାଇଁ ନିର୍ଭର କରନ୍ତି ଆଖପାଖର ପ୍ରାୟ ବହୁତ ଲୋକ | ଏହି ଆବର୍ଜନା ସ୍ଥାନାନ୍ତର କୁ ଦେଖି ସ୍ଥାନୀୟ ଲୋକଙ୍କ ଗହଳି ଲାଗିଥିଲା ଓ ଏହାକୁ ତୀବ୍ର ବିରୋଧ କରିଥିବା ସହ କିଛି ସମୟ ପାଇଁ ଅସନ୍ତୋଷ ଲାଗିରହିଥିଲା |ଲୋକମାନଙ୍କ କହିବା କଥା ଚିକିତ୍ସାଳୟ ଚତୁର୍ପାଶ୍ୱ ଜନଗହଳି ପୂର୍ଣ୍ଣ ଅଟେ |ଯଦି ଚିକିତ୍ସାଳୟ ମଧ୍ୟରେ ଆବର୍ଜନା କୁ ପକାଯାଏ ତାହେଲେ କରୋନା ଭୁତାଣୁ ସଂକ୍ରମଣର ଭୟ ମଧ୍ୟ ରହୁଛି, ଏହି ବର୍ଜ୍ୟବସ୍ତୁ କୁ ଅନ୍ୟତ୍ର ଜନଶୂନ୍ୟ ଜାଗାରେ ପକାଇବା ସହ ଆବର୍ଜନା କୁ ନିଆଁ ଲଗାଇ ନଷ୍ଟକରିଦେବା କଥା ବୋଲି ପ୍ରକାଶ ମହାରଣା ମତ ରଖିଥିଲେ |ଚିକିତ୍ସାଳୟ ମଧ୍ୟରେ ଅସନ୍ତୋଷ କୁ ଦେଖି ଆସି ପହଞ୍ଚିଥିଲେ ଉପଜିଲ୍ଲାପାଳ, ତହସିଲଦାର ଓ ପୋଲିସ ପ୍ରଶାସନ |ଉପଜିଲ୍ଲାପାଳ ଓ ତହସିଲଦାର ବିଚରା ବିମର୍ଷ କରିବା ଦେଖାଯାଇଥିଲା ଓ ଶେଷରେ ସେଠାରୁ ଗାଡିଟି ଚାଲିଯାଇଥିଲା ଏବଂ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା | ସିଡିଏମଓ ଙ୍କ କହିବାକଥା ବର୍ଜ୍ୟବସ୍ତୁ ଗୁଡିକୁ ଏଠାରେ ପକାଇବାପାଇଁ ପ୍ରଶାସନ ତରଫରୁ ଆମକୁ କୁହା ଯାଇଛି |

ରିପୋର୍ଟ୍ – ଜଗନ୍ନାଥ ଅଗ୍ରୱାଲ୍

Leave a Reply

Your email address will not be published. Required fields are marked *