କୋରାପୁଟ ଜିଲ୍ଲାରେ କଂଗ୍ରେସ ର ବିକ୍ଷୋଭ

କୋରାପୁଟ(୨୨ /୧୨,ପିପିଏଲ୍ ନ୍ୟୁଜ୍ ); ଓଡିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଶିଶୁ ନିଖୋଜ, ଅପହରଣ ପ୍ରତିବାଦ ସଭା ଜିଲ୍ଲା କଂଗ୍ରେସ କମିଟି ଦ୍ବାରା ଅନୁଷ୍ଠିତ ହୋଇଥିଲା। ପରୀର ନ୍ୟୟକୁ ଆଧାର କରି ଶିଶୁ ଅନ୍ୟାୟ ପ୍ରତିବାଦ ସଭାରେ କୋରାପୁଟ ଜିଲ୍ଲାରେ ୧୪ ଟି ବ୍ଲକର ସମସ୍ତ କଂଗ୍ରେସ କର୍ମୀ ଏବଂ ପୂର୍ବତନ ବିଧାୟକ ସମସ୍ତେ ମିଳିତ ଭାବରେ ଶିଶୁ ବଞ୍ଚାଅ ସ୍ଲୋଗାନ ନାରା ଲଗେଇ ଜିଲ୍ଲା ଏସପି କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଲା ସଭାନେତ୍ରୀ ମିନକ୍ଷୀଙ୍କ ନେତୃତ୍ୱରେ ଆୟୋଜିତ ଶିଶୁ ଅପହରଣ ପ୍ରତିବାଦ ସଭାରେ ଉପସ୍ଥିତ କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଲକ୍ଷ୍ମୀପୁର, କୋଟପାଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଏବଂ ସମସ୍ତ କଂଗ୍ରେସ କମିଟି ଦ୍ବାରା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଗଲା। ଗଣମାଧ୍ୟମ ଦ୍ବାରା ପ୍ରସାରିତ ପାରିର ବାସ୍ତବିକ ଜୀବନ ହରେ଼ଇ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରାକ୍ଷସ ମାନଙ୍କୁ ସଜା ଦେବା ପାଇଁ ସମସ୍ତ ଓଡ଼ିଶାବାସୀ ଏବଂ ବିଭିନ୍ନ ରାଜନୈତିକ ଦଳ ଉଚିତ ପଦକ୍ଷେପ ନେଇ ପାଦ ଯାତ୍ରା, ଶିଶୁ ଅପହରଣ ପ୍ରତିବାଦ ସଭା ଭୋଲି ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ରିପୋର୍ଟ -ପ୍ରମୋଦ ତାଡୀଙ୍ଗି

Leave a Reply

Your email address will not be published. Required fields are marked *