ଓ୍ବାଶିଂଟନ୍ (୨୧/୧୧,ପିପିଏଲ ନ୍ୟୁଜ): ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିୟର,କରୋନା ଭାଇସରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସେ କ୍ବାରେଣ୍ଟାଇନରେ ଅଛନ୍ତି। ତାଙ୍କର ଏହି ସପ୍ତାହରେ କରୋନା ଟେଷ୍ଟ୍ କରାଯାଇଥିଲା। ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନଥିଲା। ସେ ଶୁକ୍ରବାରଠୁ କ୍ବାରେଣ୍ଟାଇନରେ ଅଛନ୍ତି। ଟ୍ରମ୍ପ୍ ଜୁନିୟର ଡାକ୍ତରଙ୍କ ପରାମର୍ଶ ଅନୁସାରେ ସମସ୍ତ ନିୟମଗୁଡ଼ିକ ପାଳନ କରିଛନ୍ତି।
କରୋନା ଯୋଗୁଁ ଆମେରିକାରେ ୨୫୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ପାଖାପାଖି ୧୨ମିଲିୟନ୍ ଲୋକେ ସଂକ୍ରମିତ ହୋଇଛନ୍ତି।କରୋନା ଯୋଗୁଁ ଆମେରିକାରେ ୨୫୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ପାଖାପାଖି ୧୨ମିଲିୟନ୍ ଲୋକେ ସଂକ୍ରମିତ ହୋଇଛନ୍ତି।
ରିପୋର୍ଟ – ରାଜେଶ୍ୱରୀ ନାୟକ।