ବଲାଙ୍ଗୀର ( ୨୭/୦୬, ପିପିଏଲ ନ୍ୟୁଜ ) : ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ଅଙ୍କରିଆପଡର ଗାଁ କ୍ୱାରେଣ୍ଟାଇନ ସେଣ୍ଟରର ରାତ୍ରି ଜଗୁଆଳି ଙ୍କୁ ମରଣାନ୍ତର ଆକ୍ରମଣ କରିଥିଲେ କିଛି ଦୁର୍ବୁତ୍ତ। ଗତକାଲି ରାତି ପ୍ରାୟ ୯ ଟା ସମୟରେ ଘରୁ ଚାଲି ଚାଲି କ୍ୱାରେଣ୍ଟାଇନ ସେଣ୍ଟରକୁ ଜଗିବା ପାଇଁ ଯାଉଥିଲେ ରାଘବ ବାଗ । ଏହିସମୟରେ ୬ ରୁ ୭ ଜଣ ଦୁର୍ବୁତ୍ତ ତାଙ୍କୁ ସଙ୍ଗବଧ ଭାବେ ଲୁହାଛଡ଼ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ପରିବାର ଲୋକେ ପାଟିତୁଣ୍ଡ ଶୁଣି ଆକ୍ରମଣ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ରାଘବକୁ ବଞ୍ଚାଇବାକୁ ଚେଷ୍ଟା କରି ସେମାନେ ମଧ୍ୟ ଆକ୍ରମଣରଶିକାର ହେଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଘବଙ୍କ ମୁଣ୍ଡରେ ୨୮ଟି ଷ୍ଟିଚ ପଡିଛି ତାଙ୍କ ଅବସ୍ଥା ଉଦବେଗଜନକ ଥିବା ଜଣାପଡିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ କରାଯାଇଛି ବୋଲି ରାଘବ ବାଗ କହିଛନ୍ତି। ପୁଇଁତଳା ପୋଲିସ ଘଟଣାର ତଦନ୍ତ କରୁଛି ।
ରିପୋର୍ଟ- ମଧୂସୁଦନ ବହିଦାର