ଖୋଲିବାକୁ ଯାଉଛି ପ୍ରଥମ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ; ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।

ଭୁବନେଶ୍ୱର (୦୬/୦୨,ପିପିଲନ୍ୟୁଜ):ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି କରୁଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ କେମିତି ପାଳନ ହେବ ନିୟମ ଓ କିଭଳି ପାଠପଢା ହେବ ସେଥିଲାଗି ଚାଲିଛି ବିଚାରବିମର୍ଷ । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହେଉଛି । ପ୍ରଥମରୁ ଅଷ୍ଟମ ଖୋଲିବାକୁ ଏସଆରସି ମାର୍ଗଦର୍ଶିକା ଜାରି କରିଛନ୍ତି । ଅଙ୍ଗନବାଡ଼ି ଖୋଲିଲାଣି । କେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ।

ରିପୋର୍ଟ -ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *