ଗଞ୍ଜାମ ଜିଲ୍ଲା ପାଇଁ ୨ ଆଇଏଏସ୍ ଓ ୬ ଓଏଏସଙ୍କୁ ଦାୟିତ୍ୱ !

ଗଞ୍ଜାମ (୦୪/୦୭ , ପିପିଏଲ୍ ନ୍ୟୁଜ୍ ): ଗଂଜାମରେ କରୋନା ସଂକ୍ରମଣ  ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି । ଏଥି ପାଇଁ ଗଞ୍ଜାମରେ ଦୁଇ ଜଣ ଆଇଏଏସଙ୍କୁ କରୋନା ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି ।  ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମ ଭାବେ ନିଯୁକ୍ତ କରାଯାଇଛି । ପାରୁଲ ପାଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ  ଦିଆଯାଇଛି । ସେହିପରି ବିଶାଲ ସିଂହଙ୍କୁ ଭଂଜନଗର ଉପଖଣ୍ଡ  କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି ।ଏହାବ୍ୟତୀତ ୬ OASଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି। କରୋନା ପରିଚାଳନା ନେଇ ଏହି ଅଧିକାରୀମାନେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ । ସେମାନେ ହେଲେ OAS ସୁଧାକର ନାୟକ, ଲୋକନାଥ ଦଳବେହେରା, OAS ପଦ୍ମନାଭ ବେହେରା, ଶକ୍ତିକାନ୍ତ ରାୟ। ସେମାନଙ୍କ ବ୍ୟତୀତ OAS ଚିତ୍ତରଂଜନ ମହାନ୍ତ ଓ ଶୁଭେନ୍ଦ୍ର କୁମାର ସାମଲ ମଧ୍ୟ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି।

ଗଂଜାମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୬ରେ ପହଚିଂଥିବା ବେଳେ ଦୁଇ ଦିନରେ ୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦ରେ ପହଚିଂଛି ।
ରିପୋର୍ଟ-ଶ୍ୱେତାଲିନ୍

Leave a Reply

Your email address will not be published. Required fields are marked *