ଗଳିତ ଶବ ଉଦ୍ଧାର , ହତ୍ୟା ସନ୍ଦେହ !

ହିଞ୍ଜିଳିକାଟୁ(୦୨/୦୯, ପିପିଏଲ୍ ନ୍ୟୁଜ୍ ): କରୋନା ଭଳି ମହାମାରୀ ସମୟରେ ଘରୁ ବାହାରକୁ ବାହାରିବା ସମସ୍ତଙ୍କ ପାଇଁ କାଠିକର ହୋଇଯାଇଥିଲା । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଦୃଷ୍ଟିରେ ରଖି ନିୟମରେ କିଛି କୋହଳ କରାଯାଇଥିବା ବେଳେ ବସ ଚଳାଚଳ ଲୋକମାନଙ୍କ ପାଇଁ ଏକ ଆଶ୍ୱାସନାର ବିଷୟ ପାଲଟିଛି । ଏଭଳି ପରିସ୍ତିତିକୁ ଲକ୍ଷ୍ୟକରି ଲୋକମାନେ ନିଜ କାର୍ଯ୍ୟ ସ୍ଥଳରେ ସୁବିଧାରେ ପହଞ୍ଚିପାରିବାର ଆଶା ରଖି ନିଜ କାର୍ଯ୍ୟ ପାଇଁ ଆଗେଇଯାଉଛନ୍ତି I ଏଭଳି ସମୟରେ ହିଞ୍ଜିଳିକାଟୁ ବ୍ଲକ ସାପୁଆପାଲ୍ଲୀ ଗ୍ରାମରେ ଏକ ଚାଞ୍ଚଲ୍ୟକର ଦୃଶ୍ୟ ଦେଖିବାକୁ ମିଳିଛି । ସାପୁଆପାଲ୍ଲୀ ଓ ଶାସନଆମ୍ବଗାଁ ମଧ୍ୟରେ ଥିବା ଏକ ଲଟାବୁଦା ନିକଟରୁ ଏକ ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ମିଳିଛି । ଗଳିତ ଶବକୁ ଦେଖି ଗ୍ରାମବାସୀ ହିଞ୍ଜିଳି ପୋଲିସ କୁ ଖବର ଦେବା ପରେ ପୋଲିସ ଆସି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଉକ୍ତ ବ୍ୟକ୍ତି ଜଣଙ୍କ ସାପୁଆପାଲ୍ଲୀ ଗ୍ରାମର ୫୫ ବର୍ଷୀୟ ପୀତବାସ ସେଠି ବୋଲି ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣଙ୍କ ୪ ଦିନ ହେବ ନିଖୋଜ ଥିବାର ଖବର ସାମ୍ନାକୁ ଆସିଥିବା ବେଳେ ମୃତଶରୀର ପଡିଥିବା ସ୍ଥାନରେ କିଛି ଖାତା ଏବଂ ସେ ପିନ୍ଧିଥିବା ସାର୍ଟ ପଡିଥିବା ଚିତ୍ର ଦେଖିବାକୁ ମିଳିଛି । ଚିତ୍ର ଅନୁସାରେ ଉକ୍ତ ବ୍ୟକ୍ତିଙ୍କ ଗୋଟିଏ ହାତ ନଥିବା ବେଳେ ଗଳିତ ଶବକୁ ପୋଲିସ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି । ହିଞ୍ଜିଳି ଥାନାରେ କେସ ନମ୍ବର ୨୨/୨୦ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *