ଗାଁଠୁ ସହର ସବୁଠି ମା ଲକ୍ଷ୍ମୀ ଙ୍କ ଆଗମନ

ଭୁବନେଶ୍ୱର (୨୪ /୧୨,ପିପିଏଲ୍ ନ୍ୟୁଜ୍ ) : ଆଜି ମାର୍ଗଶିର ମାସ ଶେଷ ଗୁରୁବାର । ଗାଁଠୁ ସହର ସବୁଠି ମା ଲକ୍ଷ୍ମୀଙ୍କ ଆଗମନ । ଝୋଟି ଚିତା ସହ ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ପୂରପଲ୍ଲୀ । ମାଙ୍କୁ ପୂଜାର୍ଚ୍ଚନା କରିବା ସହ ଘରେ ଘରେ ପିଠାପଣାର ଆସର । ମାଣବସା ଗୁରୁବାର ଓଷା ପାଇଁ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି ।ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦ ଆଙ୍କନ୍ତି । ଘରର ପ୍ରତ୍ୟେକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ । ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ ।

ରିପୋର୍ଟ -ରାଜେଶ୍ଵରୀ ନାୟକ

Leave a Reply

Your email address will not be published. Required fields are marked *