ଗାଡି ଉତ୍ପାଦନ ରେ ଭାରତ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଥମ ରେ ରହିଛି ଚୀନ

ନୂଆଦିଲ୍ଲୀ(୨୨/୦୮,ପିପିଏଲ୍ ନ୍ୟୁଜ୍) : ବିଗତ କିଛି ବର୍ଷ ଭିତରେ ଭାରତ ଜ୍ଞାନ କୌଶଳ କ୍ଷେତ୍ର ରେ ଅନେକ ଅଗ୍ରଗତି କରିଛି। ଗାଡ଼ି ଉତ୍ପାଦନ କରିବାରେ ମଧ୍ୟ ଏହି କିିଛି ବର୍ଷ ଭିତରେ ଭାରତ‌ ଅଗ୍ରଗତି କରିବାରେ ଲାଗିଛି । କେବଳ ଭାରତ ନୁହେଁ ଅନ୍ୟତମ ଏସୀୟ ମହାଶକ୍ତି ଚୀନ୍ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ିଛି । ଅଧିକ ଗାଡ଼ି ଉତ୍ପାଦନ କରୁଥିବା‌ ରାଷ୍ଟ୍ରଗୁଡ଼ିକ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଚୀନ୍ ପ୍ରଥମ ସ୍ଥାନ ରେ ରହିଛି। ପ୍ରଥମ ତିନି ସ୍ଥାନରେ ଚୀନ୍, ଜାପାନ, ଜର୍ମାନି ଅଛନ୍ତି। ବିଗତ ଦୁଇ ଦଶନ୍ଧି ପୁର୍ବରୁ ଶ୍ରେଷ୍ଠ ୧୦ ତାଲିକାରେ ଭାରତର ନାମ ନଥିଲା। ୬୧ତମ ସ୍ଥାନରେ ଭାରତ ଓ ଚ ୧୪ତମ ସ୍ଥାନରେ ଚୀନ ଥିଲା। ମାତ୍ର କିଛି ବର୍ଷ ପରେ ଅନେକ ବିଶ୍ବସ୍ତରୀୟ ଗାଡ଼ି ନିର୍ମାତା ସେମାନଙ୍କ କାରଖାନା ଏହି ଦୁଇ ଦେଶରେ ସ୍ଥାପନ କରିଥିଲେ। ଫଳରେ ଗାଡ଼ି ଉତ୍ପାଦନର ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ୧୯୯୧ ବେଳକୁ ଜାପାନ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ଆମେରିକା, ଜର୍ମାନି, ଫ୍ରାନ୍ସ, ଦକ୍ଷିଣ କୋରିଆ, ସ୍ପେନ୍, ବ୍ରିଟେନ୍, କାନାଡା, ଇଟାଲି ଓ ବ୍ରାଜିଲ୍ ଥିଲେ। ସେହି ସମୟରେ ଜାପାନରେ ସର୍ବାଧିକ ୮୧ ଲକ୍ଷ ଗାଡ଼ି ଉତ୍ପାଦନ ହେଉଥିଲା। ଏହାର ଦଶ ବର୍ଷ ପରେ ଅର୍ଥାତ ୨୦୦୯ ସୁଦ୍ଧା ଗାଡ଼ି ଉତ୍ପାଦନରେ ଚୀନ୍‌ ବହୁତ ଆଗକୁ ବଢ଼ି ଏକ ନମ୍ବର ସ୍ଥାନରେ ପହଞ୍ଚିଯାଇଥିଲା। ଏହା ପଛକୁ ଜାପାନ, ଜର୍ମାନି, ଦକ୍ଷିଣ କୋରିଆ, ବ୍ରାଜିଲ, ଆମେରିକା, ଭାରତ, ଫ୍ରାନ୍ସ, ସ୍ପେନ୍ ଓ ଇରାନ ରହିଥିଲେ। ୨୦୦୯ରେ ଚୀନ୍‌ରେ ୧.୦୩ କୋଟି ଗାଡ଼ି ଉତ୍ପାଦନ ହୋଇଥିଲା। ଭାରତ ସେହି ସମୟରେ ୧୧.୮ ଲକ୍ଷ ଗାଡ଼ି ଉତ୍ପାଦନ କରିଥିଲା।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *