ମୁମ୍ବଇ(୦୪/୧୧,ପିପିଏଲ୍ ନ୍ୟୁଜ୍) : ଭାରତ ର ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍ ଘରୁ ଉଠାଇ ନେଇଥିବା ସୂଚନା ମିଳିଛି। ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୁଲିସ୍ ଜୋର ଦବରଦସ୍ତ ପଶିବା ପରେ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବଇ ପୁଲିସ ପାଖରେ କୌଣସି ସମନ୍ କିମ୍ବା କୋର୍ଟ ଦସ୍ତାବିଜ ନ ଥିବା ସୂଚନା ମିଳିଛି। ଏପରିକି ଅର୍ଣ୍ଣବଙ୍କୁ ଔଷଧ ଖାଇବାକୁ ମଧ୍ୟ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ୨୦୧୮ ମସିହାର ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରିଫ କରାଯାଇଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ଏକ ମାମଲାରେ ଗିରଫ ହୋଇଥିବା ଜଣାପଡ଼ିଛି।
ରିପୋର୍ଟ -ସୁଶ୍ରୀ ବିଶ୍ବଜିତା
