ଗିରଫ ହେଲେ ଡାକ୍ତର : ବୀର ମିତ୍ର ପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା ।

ସୁନ୍ଦରଗଡ(୦୭/୦୭,ପିପିଏଲ୍ ନ୍ୟୁଜ୍) :  ବୀରମିତ୍ରପୁର ରେ ଘଟି ଥିବା ଖାକି କଳଙ୍କ ରେ ଥାନା ଆଇ଼ଆଇ଼ସି ଗିରଫ ହେବା ପରେ ଏବେ ବୀରମିତ୍ରପୁର ସରକାରୀ ହସ୍ପିଟାଲର ଡାକ୍ତରଙ୍କୁ ଗିରଫ କରାଯାଇଛି । ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । କ୍ରାଇମବ୍ରାଞ୍ଚ ପ୍ରଥମେ ଡାକ୍ତର ଘୋଷଙ୍କୁ ବୀରମିତ୍ରପୁର ଥାନାକୁ ଡାକି ମାମଲା ସମ୍ପର୍କରେ ପଚରାଉଚୁରା କରିଥିଲା । ପରେ ବେଆଇନ ଗର୍ଭପାତ କରିଥିବା ଅଭିଯୋଗରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏତଲାରେ ଥିବା ୬ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଗିରଫ । ବାକି ଦୁଇ ସମ୍ପର୍କୀୟ ଓ ଅନ୍ୟ ଦୁଇ ପୋଲିସ କର୍ମୀଙ୍କ ଗିରଫଦାରୀକୁ ନେଇ ଉଠିଛି ପ୍ରଶ୍ନ ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତି ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସିଙ୍କୁ ଆସନ୍ତା ୧୮ ଯାଏଁ ବିଚାର ବିଭାଗୀୟ ହେପାଜତରେ ଯାଇଛନ୍ତି । ସୋମବାର ସୁନ୍ଦରଗଡ଼ ସ୍ଥିତ ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା । ଆସନ୍ତା ଜୁଲାଇ ୧୮ ଯାଏଁ କୋର୍ଟ ଆନନ୍ଦଙ୍କୁ ବିଚାର ବିଭାଗୀୟ ହେପାଜତରେ ପଠାଇ ଦେଇଛନ୍ତି । ଗତ ଜୁନ ୨୨ରେ ନାବାଳିକାଙ୍କ ବୟାନ ରେକର୍ଡ ପରେ ପ୍ରକୃତ ତଥ୍ୟ ଧିରେ ଧିରେ ସାମ୍ନାକୁ ଆସିଥିଲା । ଏହାପରେ ଜୁନ ୨୬ ତାରିଖରେ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝିଙ୍କୁ ନିଲମ୍ବିତ କରାଯାଇଥିଲା । ଏହାପରେ ଜୁଲାଇ ୧ ତାରିଖ ସକାଳେ ନିଲମ୍ବନ ପରେ ସଂଧ୍ୟାରେ ଆଇଆଇସିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଅଭିଯୋଗ ଅନୁସାରେ ଆଇଆଇସିଙ୍କ ସମେତ କିଛି ପୋଲିସ କର୍ମଚାରୀ ଦୀର୍ଘ ୩ ମାସ ଧରି ଜଣେ ଆଦିବାସୀ ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହାପରେ ଜୁନ ୧୫ ତାରିଖରେ ବେଆଇନ ଭାବେ ଡାକ୍ତର ଯୁବତୀଙ୍କ ଗର୍ଭପାତ କରାଯାଇଥିଲେ । ଏହି ଜଘନ୍ୟ ଘଟଣାର ଠିକ୍ ଗୋଟିଏ ମାସ ପରେ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନାରେ ୧୩ ବର୍ଷର ଆଦିବାସୀ ନାବାଳିକା ସହ ଲଗାତାର ୩ ମାସ ଧରି ଗଣଦୁଷ୍କର୍ମ ପରେ ଜୋର ଜବରଦସ୍ତ ଗର୍ଭପାତ କରାଯାଇଥିଲା ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *