ଗିରିଜା ଙ୍କ ଶ୍ରାଦ୍ଧ ଦିବସ ରେ ରକ୍ତ ଏବଂ ଅନ୍ନ ଦାନ ଏକ ମା ‘ର ଦୃଢ଼ ସଂକଳ୍ପ ଓ ସଂଘର୍ଷ କାହାଣୀ

ଭୁବନେଶ୍ୱର: 25/5/2020 ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲ ପରିସରରେ ସ୍ବର୍ଗତ ଗିରିଜା ଶଙ୍କର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଉଦେଶ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ପ୍ରକାଶ ଥାଉ ସ୍ବର୍ଗତଃ ଗିରିଜା ଗତବର୍ଷ ମେ ମାସ 25 ତାରିଖରେ ଏକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ l ତାଙ୍କର ସ୍ମୁତିରେ ମା ଅମୟବାଳା ପରିଡା ମାଷ୍ଟର ଗିରିଜା ମେମୋରିଆଲ ରୋଡ ସେପ୍ଟି ଫାଉଣ୍ଡେସନ ଟ୍ରଷ୍ଟ ଗଠନ କରି ସଡ଼କ ସଚେତନତା ସୃଷ୍ଟି କରିବା ସହିତ ବିଭିନ୍ନ ସମୟରେ ରକ୍ତଦାନ କାର୍ଯ୍ୟ କର୍ମ କରି ଅନେକ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି l ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା_ମନ୍ତ୍ରୀ ଶ୍ରୀଯୁକ୍ତ ସମୀରରଂଜନ ଦାସ ଙ୍କ ଦ୍ୱାରା ଉଦଘାଟିତ ଏହି ରକ୍ତଦାନ କାର୍ଯ୍ୟ କ୍ରମରେ ପ୍ରଥମ ଥର ପାଇଁ ବିଶିଷ୍ଟ ସମାଜ ସେବି ଶ୍ରୀମତୀ ଶୁଭଶ୍ରୀ ଦାସ ପ୍ରଥମେ ରକ୍ତଦାନ କରିଥିଲେ l ସମାଜର ବିଭିନ୍ନ ବର୍ଗ ର ଲୋକ ବିଶେଷ କରି ଯୁବ ମଧ୍ୟରେ ରକ୍ତଦାନ ନିମନ୍ତେ ଆଗ୍ରହ ଦେଖାଯାଇଥିଲା ପରେ ପରେ ଗିରିଜା ଙ୍କ ସ୍ମୁତି ରେ ଖଣ୍ଡଗିରି ସ୍ଥିତ ଜୀବନ ଜୋତି ଆଶ୍ରମ ରେ ଏକ ସ୍ମୁତି ସଭା ଓ ଅନାଦନ କାର୍ଯ୍ୟ କ୍ରମ ର ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟ କର୍ମ ରେ ବହୁ ସ୍ୱଚା ସେବୀ ସଂଘଠନ ର ସଦସ୍ୟ ଙ୍କ ସମେତ ବିଶିଷ୍ଟ ସମାଜ ସେବି ଶ୍ରୀମତୀ ସଂଗୀତା ଦାସ, କ୍ଳାପ୍ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକାଶ ଦାସ, ଟ୍ରଷ୍ଟ ର ମୁଖ୍ୟ ସଦସ୍ୟ ଶ୍ରୀଯୁକ୍ତ ତୁଷାରକାନ୍ତି, ଶ୍ରୀମତୀ ମମତା ମହାନ୍ତି, ଯୁବନେତ୍ରୀ ବିନ୍ଦାସ ଚିନୁ, ସାଗର ଦାଶ , ରୋଜା ଘୋଷ, କଳ୍ପନା ବିଶୋଇ, ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *